ମୁଖ୍ୟ ଖବର

ଜୁନ୍‌ ୨୧ରୁ ଖୋଲିବ ସ୍କୁଲ

ଭୁବନେଶ୍ବର: ରାଜ୍ୟର ପାଣିପାଗର ପରିବର୍ତ୍ତନ ହେଲା ପରେ ସରକାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଏପ୍ରିଲ ୨୧ ତାରିଖ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ରାଜ୍ୟର କିଛି ସ୍ଥାନରେ ଏବେବି ତାପମାତ୍ରା ଜାରି ରହିଥିବାରୁ ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲପାଳମାନେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏବେ ବି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର ଓ ବଲାଙ୍ଗୀରରେ ଖରା ଜାରି ରହିଥିବାରୁ ସେଠାରେ ଜିଲ୍ଲାପାଳମାନେ ସ୍କୁଲଗୁଡ଼ିକ ସକାଳୁଆ କରିବେ ଅଥବା ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି କରିବେ, ସେନେଇ ସେମାନେ ନିଷ୍ପତ୍ତି ନେବେ। ସ୍କୁଲ ଖୋଳିବା ପୂର୍ବରୁ ସରକାର କହିଛନ୍ତି ଯେ, ପାଣିପାଗ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଏପ୍ରିଲ ୨୧ ତାରିଖ ଠାରୁ ଗ୍ରୀଷ୍ମକାଳୀନ ଛୁଟି ଆରମ୍ଭ ହୋଇଥିଲା। ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିଥିଲା। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ଥିବାରୁ ସରକାର ଗ୍ରୀଷ୍ମକାଳୀନ ଛୁଟି ନେଇ ତାରିଖ ପରିବର୍ତ୍ତନ କରିଥିଲେ। ପୂର୍ବରୁ ସରକାର ଜୁନ ୧୯ ତାରିଖରେ ସ୍କୁଲ ଖୋଲିବାକୁ କହିଥିଲେ। କିନ୍ତୁ ତାପମାତ୍ରା ବୃଦ୍ଧି ଘଟିବାରୁ ୧୯ ପରିବର୍ତ୍ତେ ୨୧ ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।

Leave a Reply

Your email address will not be published. Required fields are marked *