ଅପରାଧ

ଚଳନ୍ତା ଅଟୋରେ ପ୍ରେମିକାଙ୍କ ଗଳା କାଟିଦେଲେ ପ୍ରେମିକ

ମୁମ୍ବାଇ: ଅଟୋରେ ନିଜ ପ୍ରେମିକାଙ୍କ ସହ ଝଗଡା ପରେ ତାଙ୍କର ଗଳା କାଟି ହତ୍ୟା କରିଛନ୍ତି ପ୍ରେମିକ | ଆଉ ହତ୍ୟାକାଣ୍ଡ ପରେ ଯୁବକଜଣକ ଆତ୍ମାହୁତି ଉଦ୍ୟମ ମଧ୍ୟ କରିଛନ୍ତି | ମୁମ୍ବାଇରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଚଳନ୍ତା ଅଟୋ ରିକ୍ସା ଭିତରେ ତାଙ୍କ ପ୍ରେମିକାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା | ଆଜି ସନ୍ଧ୍ୟାରେ ମୁମ୍ବାଇର ସାକିନାକା ଅଞ୍ଚଳରେ ଏହି ଘଟଣା ଘଟିଛି ।

ଅଭିଯୁକ୍ତଙ୍କ ନାମ ଦୀପକ ବୋରସେ ହୋଇଥିବାବେଳେ କୁହାଯାଉଛି ଯେ ଯୁବକ ଏବଂ ଯୁବତୀ ଲିଭ-ଇନରେ ରହୁଥିଲେ | ଏହି ଘଟଣା ଦତ୍ତ ନଗରର ଖେରାନୀ ରୋଡରେ ଘଟିଛି। ଦୀପକ ଚଳନ୍ତା ଅଟୋ ରିକ୍ସାରେ ଯୁବତୀଙ୍କ ଗଳା କାଟି ହତ୍ୟା କରିଥିଲେ। ସେ ଖସିଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତଳେ ପଡ଼ିଯାଇଥିଲେ। ଏହାପରେ ସେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ | ପୁଲିସ ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ଏ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ।

ଅଭିଯୁକ୍ତଙ୍କ ଚିକିତ୍ସା ଚାଲିଛି । ମୃତ ଯୁବତୀଙ୍କ ନାମ ପଞ୍ଚସିଲା ଜାମଦାର (୩୦) ହୋଇଥିବାବେଳେ ପ୍ରତ୍ୟକ୍ଷଦର୍ଶୀ ଅଟୋ ଡ୍ରାଇଭର କହିଛନ୍ତି ଯେ ଉଭୟ ପରସ୍ପରକୁ ଜାଣିଥିଲେ ଏବଂ କୌଣସି ଏକ ପ୍ରସଙ୍ଗକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା | ଏହାପରେ ଯୁବକ ଜଣକ ରାଗିଯାଇ ଯୁବତୀଙ୍କୁ ଆକ୍ରମଣ କରିଥିଲେ |

Leave a Reply

Your email address will not be published. Required fields are marked *