ଧର୍ମ

ବନ୍ତିଳୋ ଗ୍ରାମର ନିଆରା ରଥଯାତ୍ରା


ଶ୍ରୀ ଗୁଣ୍ଡିଚା ପରଦିନ ହୁଏ ରଥଟଣା
ନିମାପଡ଼ା : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବନ୍ତିଳୋ ଗ୍ରାମ ରେ ରଥଯାତ୍ରା ରେ ଦେଖିବାକୁ ମିଳେ ଏକ ନିଆରା ପରମ୍ପରା। ଉକ୍ତ ଗ୍ରାମ ରେ ଏକ ଭବ୍ୟ ମନ୍ଦିର ରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ପୂଜା ପାଇ ଆସୁଛନ୍ତି। ଏଠାରେ ଠାକୁର ଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ କିନ୍ତୁ ଏକ ନିଆରା ଢଙ୍ଗରେ। ରଥଯାତ୍ରା ବା ଶ୍ରୀ ଗୁଣ୍ଡିଚା ଦିନ ତିନିଠାକୁର ଙ୍କୁ ମନ୍ଦିର ରୁ ପହଣ୍ଡି ରେ ଅଣାଯାଇ ରଥାରୁଢ଼ କରାଯାଏ କିନ୍ତୁତା ପରଦିନ ରଥଟଣା ହୋଇ ଥାଏ। ଏଠାରେ ସ୍ନାନ ପୂର୍ଣ୍ଣିମା ଦିନ ରଥ ନିର୍ମାଣ ଆରମ୍ଭ ହୋଇଥାଏ ।୩୨.୬ ଫୁଟ ଉଚ୍ଚତା ବିଶିଷ୍ଟ ରଥ ନିର୍ମାଣ ହୋଇଥାଏ ବୋଲି କୁହନ୍ତି ଗ୍ରାମବାସୀ ରମେଶ ନାୟକ, ସୁରେନ୍ଦ୍ର ବାରିକ। ମନ୍ଦିର ର ପୂଜକ ବେଲାଳ ସେନ ପାଢ଼ୀ କୁହନ୍ତି ବନ୍ତିଳୋ ଗ୍ରାମ ରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ବହୁ ପୁରୁଣା। ରଥଯାତ୍ରା ଦିନ ଗ୍ରାମ ର ଲୋକ ଓ ଆଖପାଖ ଅଞ୍ଚଳ ଲୋକ ମାନେ ପୁରୀ ଯାଇଥାନ୍ତି ନିଜ ନିଜ
ଜିନିଷପତ୍ର ବିକ୍ରୀ କରିବାକୁ। ଏଣୁ
ଏଠାରେ ସେପରି ଭକ୍ତ ସମାଗମ ହେଲାନାହିଁ। ଏଣୁ ସେତେବେଳର
ଆୟୋଜକ ମାନେ ଶ୍ରୀ ଗୁଣ୍ଡିଚା ପର ଦିନ ରଥ ଟାଣିବାକୁ ନିଷ୍ପତ୍ତି ନେଇଥିଲେ ଯାହା ଆଜି ପର୍ଯ୍ୟନ୍ତ ଏକ ଭିନ୍ନ ପରମ୍ପରା ଭାବେ ରହି ଆସିଛି। ରଥ ଜଗନ୍ନାଥ ମନ୍ଦିର ଠାରୁ ବାହାରି
ରଥ ପଡିଆ ଦେଇ ଗ୍ରାମବାସୀ ଙ୍କ ଠାରୁ ଭୋଗ ଖାଇ ଖାଇ ଗୁଣ୍ଡିଚା ମନ୍ଦିର କୁ ଯାଇଥାଏ। ସେ ଦିନ ରଥ ପଡିଆ ଉପରେ ମେଳା ଲାଗିଥାଏ।
ଶ୍ରୀ ଗୁଣ୍ଡିଚା ପର ଦିନ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଠାରେ ବହୁ
ଜନ ସମାଗମ ହୋଇଥାଏ। ଶ୍ରୀ ଗୁଣ୍ଡିଚାମନ୍ଦିର ଠାରେ ହେରା ପଞ୍ଚମୀ,
ନବମୀ ଦର୍ଶନ ନୀତି ଅନୁଷ୍ଠିତ ହେଉ ଥିବାବେଳେ ଗ୍ରାମ ର ପ୍ରାୟ ୩୦୦ ପରିବାର ପାଳି କରି ଠାକୁର ମାନଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି
କରିଥାନ୍ତି। ବାହୁଡା଼ ଯାତ୍ରା,ସୁନାବେଶ,
ଅଧରପଣା, ନିଳାଦ୍ରୀବିଜେ ନୀତି ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ
ହୋଇଥାଏ। ଗ୍ରାମ ର ନୃସିଂହ ମୁଦୁଲି ଙ୍କ ପରିବାର ଠାକୁର ଙ୍କ ମାଉସୀ ମା ଘର ଭାବେ ପରିଚିତ। ଏଣୁ ବାହୁଡ଼ା ଯାତ୍ରା ଦିନ ତାଙ୍କ ଘର ସମ୍ମୁଖ ରେ
ଠାକୁର ମାନଙ୍କୁ ପୋଡ଼ ପିଠା ଭୋଗ ଲାଗି କରାଯାଇଥାଏ। ବନ୍ତିଳୋ ଗ୍ରାମ ରେ ଅନୁଷ୍ଠିତ ହୋଇ ଆସୁଥିବା ରଥ
ଯାତ୍ରା ପୁରୀ ଜିଲ୍ଲା ର ବାସି ରଥଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରି ଆସିଛି କାହିଁ କେତେ କାଳରୁ।

Leave a Reply

Your email address will not be published. Required fields are marked *