ରାଜ୍ୟ

ତୁଳସୀପୁର ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର
ବ୍ରାହ୍ମଣ ଶାସନ ରେ ରଥଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମ ରେ ଆଜକୁ ୬୦ ବର୍ଷ ରୁ ଉର୍ଦ୍ଧ ହେବ ପାଳିତ ହୋଇ ଆସୁଛି ରଥଯାତ୍ରା। ଗ୍ରାମବାସୀ ମାନେ ପ୍ରାତଃ ରୁ ଯାଇ ପହଞ୍ଚିଥିଲେ ପ୍ରାଚୀନଦୀ କୂଳ ବନ୍ଦେଶ୍ୱର ଗ୍ରାମ ରେ । ସେଠାରେ ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁର ଙ୍କୁ ନବ ବସ୍ତ୍ର ପିନ୍ଧାଇ, ପୁଷ୍ପ, ଅଳଙ୍କାର ରେ ଭୂଷିତକରାଇ, ତାଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରାଇ ଏକ ସୁ ସଜ୍ଜିତ ପାଲିଙ୍କି ରେ ବାଣ ଫୁଟାଇ, ବାଜା ବଜାଇ ଏକ ଶୋଭାଯାତ୍ରା ରେ ନିଜ ଗାଁ କୁ ଆଣି ରଥାରୁଢ଼ କରାଇବା ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ
ହୋଇଥଲା। ରଘୁ ବେହେରା ଙ୍କ ଡାହୁକ ଡାକ, ଘଣ୍ଟ ମୃଦଙ୍ଗ ,
ହରିବୋଲ ହୁଳହୁଳି ଶବ୍ଦରେ ରଥଗଡିଥିଲା ଗାଁ ଦାଣ୍ଡ ରେ। ଠାକୁର ଘର ଘର ଭୋଗ ଖାଇ ଶେଷରେ ପହଞ୍ଚି ଥିଲେ ମା କନକ ଦୂର୍ଗା ଙ୍କ ମନ୍ଦିର ରେ। ବାଟରେ ମାଉସୀ ମା ଘର ଭାବେ ପରିଚିତ ଲଳିତ ଶତପଥୀ ଙ୍କ ପରିବାର ପକ୍ଷରୁ ଠାକୁର ଙ୍କ ନିକଟରେ ସଂଧ୍ୟା ଆଳତୀ କରାଯାଇଥିଲା। ରଥ ଯାତ୍ରା ପାଇଁ ଗ୍ରାମ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପୂଜକ ଭାବେ ଗଙ୍ଗାଧର ପାଣି ଠାକୁର ଙ୍କ ସମସ୍ତ ପୂଜା ନୀତି ସଂପାଦନ କରିଥିଲେ।ଅବନୀନ୍ଦ୍ର ତ୍ରିପାଠୀ, ରଜତ ତ୍ରିପାଠୀ, କୈଳାଶ ତ୍ରିପାଠୀ, ବନ ବିହାରୀ ଦାଶ, ସନ୍ତୋଷ ଦାଶ, ହରେକୃଷ୍ଣ ଶତପଥୀ,ରଜନୀକାନ୍ତ ତ୍ରିପାଠୀ, ବିଭୁତି ଭୁଷଣ ମିଶ୍ର, ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଗ୍ରାମବାସୀ ଙ୍କ ତତ୍ତ୍ଵାବଧାନରେ ରଥଯାତ୍ରାଶାନ୍ତିଶୃଙ୍ଖଳା ର ସହିତ ଶେଷ ହୋଇଥିଲା। ଚାରିଛକ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *