ଅପରାଧ

ସାମ୍ବାଦିକଙ୍କ ଉପରେ ଆକ୍ରମଣ କୁ ନିନ୍ଦା

ଜଗତସିଂହପୁର : ଗତକାଲି ରଥଯାତ୍ରା ସମୟରେ କାର୍ଯ୍ୟରତ ନିୟୁଜ ସେଭେନ ର ଦୁଇ ପ୍ରତିନିଧି ଚିର ରଞ୍ଜନ ମହାନ୍ତି ଓ ଚନ୍ଦ୍ର ଶେଖର ପାତ୍ର ଙ୍କୁ ଦୁଇ ସେବାୟତ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ଯେଭଳି ଭାବରେ ମରଣାନ୍ତକ ଆକ୍ରମଣ କଲେ ତାହାକୁ ଜଗତସିଂହପୁର ଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସଂଘ ପକ୍ଷରୁ ଆଜି ବହୁ ବରିଷ୍ଟ ସାମ୍ବାଦିକ ମାନେ ଜଗତସିଂହପୁର ଏସ୍ପି ଙ୍କୁ ଭେଟି ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଡିଜି ଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସଙ୍ଘ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *