ମୁଖ୍ୟ ଖବର

ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ

ପୁରୀ: ବିଗତ ଦିନରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା ସଂପର୍କରେ ଅନେକ ଅବଗତ ହୋଇଥିବେ। ଆଜି ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି । ମଙ୍ଗଳ ଆଳତି, ଅବକାଶ ପରେ ନୀତି ଆଗକୁ ବଢ଼ିନାହିଁ। ତେଣୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମହାପଭୁ ଉପାସରେ ଅଛନ୍ତି । ଗୋପାଳବଲ୍ଲଭ ନୀତି ଏଯାଏଁ ଅନୁଷ୍ଠିତ ହୋଇନି। ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି ।

ଅନ୍ୟପଟେ ଶରଧାବାଲିରେ ଗତକାଲି ଦବେୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ନପହଂଚିବାକୁ ନେଇ ଚାଲିଛି କାରଣ ଖୋଜା । ରଥ ଟାଣିବା ବେଳେ ରଥ ଗଡ଼ିବା ଓ ରୋକିବା ପାଇଁ ବ୍ୟବହୃତ ପତାକା ଦେଖାଇବାକୁ ରଥ ଆଗରେ ଓ ରଥ ଉପରେ ଜେଟିପି, ପୁଲିସ ରହିଥାନ୍ତି । ସେହି ଅନୁସାରେ ପୁଲିସ ଡାକବାଜି ଜରିଆରେ ଘୋଷଣା ପରେ ରଥ ଗଡ଼ିଥାଏ।

ରଥ କେଉଁଆଡ଼କୁ ମୋଡ଼ ନେବ, ପୁଲିସ ଡାକବାଜି ଜରିଆରେ ଘୋଷଣା କରିଥାନ୍ତି ଓ ସେହି ଦିଗକୁ ରଥ ଗଡ଼ିଥାଏ। କିନ୍ତୁ ପତାକା ଦେଖାଇବାରେ ସେତେଟା ତାଳମେଳ ରହିନଥିଲା ବୋଲି ଅଭିଯୋଗ ରହିଛି । ଯେଉଁଥିପାଇଁ ତିନି ରଥ ବାରମ୍ବାର ଡାହାଣ କୋଣ ମାଡ଼ି ଚାଲିଥିଲା । ଆଉ ରଥ ଗଡ଼ିବା ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *