ମୁଖ୍ୟ ଖବର

ଚଳନ୍ତା କାରରେ ଡ୍ୟାନ୍ସରଙ୍କୁ ଗଣଦୁଷ୍କର୍ମ ଉଦ୍ୟମ

ମେରଟ: ଉତ୍ତରପ୍ରଦେଶର ମେରଟର ଭାବନପୁର ପୁଲିସ ଷ୍ଟେସନ ଅଂଚଳରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ହରିୟାଣୀ ଡ୍ୟାନ୍ସରଙ୍କୁ ଗଣଦୁଷ୍କର୍ମର ଉଦ୍ୟମ କରାଯାଇଛି | ଏନେଇ ପୀଡିତା ଜଣକ କାନ୍ଦି କାନ୍ଦି ଫେସବୁକରେ ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି, ଏହା ପରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଭାଇରାଲ ହେବାପରେ ପୁଲିସ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛି | ମିଳିଥିବା ସୂଚନା ମୁତାବକ ମେରଟର ଭାବନପୁର ଅଂଚଳରେ ହରିୟାଣାର ଜଣେ ଯୁବତୀ ରହୁଛନ୍ତି | ଏହି ଯୁବତୀ ଜଣକ ଏକ ଅର୍କେଷ୍ଟ୍ରାରେ ଡ୍ୟାନ୍ସର ଭାବେ କାମ କରନ୍ତି | ପୀଡିତା କହିଛନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ମଧ୍ୟବୟସ୍କ ବ୍ୟକ୍ତି ତାଙ୍କୁ ଏକ କାର୍ଯ୍ୟକ୍ରମର ବାହାନା କରି ଏକ ବିବାହ ଉତ୍ସବକୁ ନେଇଥିଲେ।ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେହି ବ୍ୟକ୍ତିଜଣକ ନିଜ ସାଙ୍ଗମାନଙ୍କ ସହିତ କାରରେ ତାଙ୍କୁ ଆଉ ଏକ ସ୍ଥାନରେ କାର୍ଯ୍ୟକ୍ରମ ଥିବାର କହିଥିଲେ | ପୀଡିତା ଅଭିଯୋଗ କରିଛନ୍ତି ଯେ ଏହି ସମୟ ମଧ୍ୟରେ ଅଭିଯୁକ୍ତ ଏବଂ ତାଙ୍କ ସାଙ୍ଗମାନେ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ତାଙ୍କୁ ମଦ ପିଆଇବାକୁ ବାଧ୍ୟ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଅସଦାଚରଣ ମଧ୍ୟ କରିଥିଲେ | ତେବେ ଏହି ସମୟରେ ସେମାନଙ୍କ କାର ଏକ ଡିଭାଇଡର୍ ଉପରେ ଚଢ଼ିଯାଇଥିଲା। ଯାହା ପରେ କୌଣସି ପ୍ରକାରେ ପୀଡ଼ିତା ସେଠାରୁ ଖସି ପଳାଇ ଆସିଥିଲେ | ପୀଡିତା ଅଭିଯୋଗ କରିଛନ୍ତି ଯେ ଏହା ପରେ ମଧ୍ୟ ସେହି ବ୍ୟକ୍ତିମାନେ ତାଙ୍କୁ ଧମକ ଦେଇ ଘରୁ ବାହାର କରିଦେଇଥିଲେ | ଏହି ଘଟଣାକୁ ନେଇ ପୀଡିତା ଜଣକ ଫେସବୁକରେ ନିଜର ଦୁଃଖ ବଖାଣିଛନ୍ତି | ଘଟଣା ବାବଦରେ ଜଣାପଡିବା ପରେ ପୁଲିସ ଅଧିକାରୀ ଏବେ ତଦନ୍ତରେ ଲାଗିପଡିଛନ୍ତି ।

Leave a Reply

Your email address will not be published. Required fields are marked *