ଧର୍ମ

ବନ୍ତିଳୋ ଗ୍ରାମରେ ବାସି ରଥଯାତ୍ରା


ନିମାପଡ଼ା :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବନ୍ତିଳୋ ଗ୍ରାମ ରେ ରଥଯାତ୍ରା ରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା। ଉକ୍ତ ଗ୍ରାମ ରେ ଏକ ଭବ୍ୟ ମନ୍ଦିର ରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ପୂଜା ପାଇ ଆସୁଛନ୍ତି। ଏଠାରେ ଠାକୁର ଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ କିନ୍ତୁ ଏକ ନିଆରା ଢଙ୍ଗରେ। ରଥଯାତ୍ରା ବା ଶ୍ରୀ ଗୁଣ୍ଡିଚା ଦିନ ତିନିଠାକୁର ଙ୍କୁ ମନ୍ଦିର ରୁ ପହଣ୍ଡି ରେ ଅଣାଯାଇ ରଥାରୁଢ଼ କରାଯାଇ ଥିଲା କିନ୍ତୁ ରଥଟଣା ହୋଇନଥିଲା। ଆଜି ରଥଟଣା ହୋଇଥିଲା। ରଥ ଜଗନ୍ନାଥ ମନ୍ଦିର ଠାରୁ ବାହାରି
ରଥ ପଡିଆ ଦେଇ ଗ୍ରାମବାସୀ ଙ୍କ ଠାରୁ ଭୋଗ ଖାଇ ଖାଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ରଥ ପଡିଆ ଉପରେ ମେଳା ଲାଗିଥିଲା।ଶ୍ରୀ ଗୁଣ୍ଡିଚା ପର ଦିନ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଠାରେ ବହୁ
ଜନ ସମାଗମ ହୋଇଥିଲା। ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ହେରା ପଞ୍ଚମୀ,ନବମୀ ଦର୍ଶନ ନୀତି ଅନୁଷ୍ଠିତ ହେବାକୁଥିବାବେଳେ ଗ୍ରାମ ର ପ୍ରାୟ ୩୦୦ ପରିବାର ପାଳି କରି ଠାକୁର ମାନଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗିକରିବେ ବୋଲି କହିଛନ୍ତି ପୂଜକ ବେଲାଳସେନ ପାଢୀ ।ବାହୁଡା଼ ଯାତ୍ରା,ସୁନାବେଶ,ଅଧରପଣା, ନିଳାଦ୍ରୀବିଜେ ନୀତି ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହେବ। ଗ୍ରାମ ର ନୃସିଂହ ମୁଦୁଲି ଙ୍କ ପରିବାର ଠାକୁର ଙ୍କ ମାଉସୀ ମା ଘର ଭାବେ ପରିଚିତ। ଏଣୁ ବାହୁଡ଼ା ଯାତ୍ରା ଦିନ ତାଙ୍କ ଘର ସମ୍ମୁଖ ରେ
ଠାକୁର ମାନଙ୍କୁ ପୋଡ଼ ପିଠା ଭୋଗ ଲାଗି କରାଯିବ। ବନ୍ତିଳୋ ଗ୍ରାମ ରେ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରା ପୁରୀ ଜିଲ୍ଲା ର ବାସି ରଥଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରି ଆସିଛି କାହିଁ କେତେ କାଳରୁ।

Leave a Reply

Your email address will not be published. Required fields are marked *