ରାଜ୍ୟ

କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଯୋଗ ଦିବସ


ନିମାପଡା:ଆଜି ନବମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି ଓ ପୁରୀ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଯୋଗ ଦିବସ ପାଳନ ଅବସରରେ ନିମାପଡା , କୋଣାର୍କ ,କାକଟପୁର ଆଦି ବିଭିନ୍ନ ଅଞ୍ଚଳର ସରସ୍ବତୀ ଶିଶୁ ମନ୍ଦିର ର ଶତାଧିକ ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ , ଯୁବକ ଯୁବତୀ ଓ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଅଂଶ ଗ୍ରହଣ କରି ଯୋଗର ବିଭିନ୍ନ ମୁଦ୍ରା ପ୍ରଦର୍ଶିତ କରିଛନ୍ତି । ଯୋଗ ମାଧ୍ୟମରେ ସୁସ୍ତ ଓ ରୋଗ ମୁକ୍ତ ଶରୀର ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *