ଅପରାଧ

ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା

ଦିଗପହଣ୍ଡି,: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଖମ୍ବାରିଗାଁ ପଞ୍ଚାୟତର ବିଜେଡି ଯୁବନେତା ତଥା ପୂର୍ବତନ ବ୍ଲକ ଯୁବ ସଭାପତି ଲଳିତ ମୋହନ ମହାପାତ୍ରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଭାଇ ରଜତ ମହାପାତ୍ର ବୁଧବାର କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ପୋଲିସ ନଂ.୨୧୧/୨୩ରେ ହତ୍ୟା ମାମଲା ରୁଜୁ କରିଛି। ଏଥିସହିତ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଛନ୍ତି। ଲଳିତଙ୍କ ବୁଲେଟ୍‌ ମୋଟରସାଇକେଲକୁ ପୋଲିସ ଜବତ କରିଛି। ଏହି ଘଟଣାକୁ ନେଇ ଖମ୍ବାରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କେ.ନୂଆଗାଁ ଆଇଆଇସି କହିଛନ୍ତି।

Leave a Reply

Your email address will not be published. Required fields are marked *