ଅପରାଧ

ବୋଲେରୋ ଧକ୍କାରେ ଚାଲିଗଲା ଜୀବନ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଧୋବାଗଡ଼ିଆ-ରାଣୀତାଲ ରାସ୍ତାର ଭୀମନାଥପୁର ଛକ ନିକଟରେ ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ।ମୃତକ ହେଲେ ଖଇରା ଥାନା ଅଧୀନ ସିଙ୍ଗିଡ଼ି ଗାଁର ୩୫ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ବେହେରା। ରଶ୍ମିରଞ୍ଜନ ଆଜି ସକାଳେ ତାଙ୍କ ପୁଅକୁ ସାଇକେଲ ଯୋଗେ ବାରାପୁର ସରସ୍ୱତୀ ଶିଶୁମନ୍ଦିରରେ ଛାଡ଼ି ଫେରିବା ସମୟରେ ଭୀମନାଥପୁର ଛକ ନିକଟରେ କୁପାରୀ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରଶ୍ମିରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ସ୍ଥାନୀୟ ଲୋକେ ରଶ୍ମିରଞ୍ଜନଙ୍କୁ ଖଇରା ମେଡିକାଲକୁ ପଠାଇବା ସହିତ ବୋଲେରୋ ଚାଳକଙ୍କୁ ଅଟକ ରଖିଛନ୍ତି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଟାୟାର ଜାଳି ଧାରଣାରେ ବସିଛନ୍ତି। ଏହାଫଳରେ ରାଣୀତାଲ-ଧୋବାଗଡ଼ିଆ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଖଇରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *