ଦେଶ- ବିଦେଶ

ଘାତକ ଯୁଦ୍ଧ ଯାନ ‘ଷ୍ଟ୍ରାଇକର୍’ ବିକିବ ଆମେରିକା

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଅଛନ୍ତି । ମୋଦୀଙ୍କ ଏହି ଗସ୍ତ ଓ ଦୁଇ ଦେଶ ମଧ୍ୟରେ ବଢୁଥିବା ଘନିଷ୍ଠତା ଉପରେ ସାରା ବିଶ୍ୱର ନଜର ରହିଛି । ଏହି ଗସ୍ତ ସମୟରେ ଆମେରିକା ଭାରତକୁ ଆଠ ଚକିଆ ଯୁଦ୍ଧ ଯାନ ‘ଷ୍ଟ୍ରାଇକର’ ଏବଂ ଏମ୍ ୭୭୭ ତୋପ ଦେବାକୁ ପ୍ରସ୍ତାବ ଦେଇଛି। ନୂଆଦିଲ୍ଲୀ ଏବଂ ୱାଶିଂଟନର ଅଧିକାରୀଙ୍କ ବୟାନ ଦେଇ ହିନ୍ଦୁସ୍ତାନ ଖବରକାଗଜ ରିପୋର୍ଟ କରିଛି ଯେ ଏହି ଦୁଇଟିର ବିକ୍ରି ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ବାଇଡେନ୍ ପ୍ରଶାସନର ସର୍ତ୍ତ ଉପରେ ନିର୍ଭର କରେ ।

ତାଲିବାନର ମୁକାବିଲା ପାଇଁ ଏହି ଷ୍ଟ୍ରାଇକରଙ୍କୁ ଆଫଗାନିସ୍ତାନରେ ନିୟୋଜିତ କରାଯାଇଥିଲା ଏବଂ ବାଇଡେନ ତାଙ୍କୁ ୟୁକ୍ରେନ ପଠାଇବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଭାରତର ଉତ୍ତର ସୀମାରେ ଅସ୍ତ୍ରଶସ୍ତ୍ରର ମୁକାବିଲା କରିବା ପାଇଁ ଆମେରିକା ହେଓ୍ବିତଜର ଗନରେ ଲାଗୁଥିବା ଦୂରଗାମୀ ଗାଇଡେଡ୍ ଗୋଳା ପ୍ରଦାନ କରିବାକୁ ଆମେରିକା ପ୍ରସ୍ତାବ ଦେଇଛି । ଗାଇଡେଡ ଗୋଳାଗୁଡ଼ିକ ସଠିକ୍ ସ୍ଥାନରେ ମାଡ଼ କରିଥାଏ । ଭାରତରେ ପୂର୍ବରୁ ୧୪୫ଟି ଏମ୍ ୭୭୭ଟି ହେଓ୍ବିତଜର ଥିବା ବେଳେ ସେଥିମଧ୍ୟରୁ ୧୨୦ଟି ଭାରତରେ ନିର୍ମାଣ କରାଯାଇଛି ।

ମୋଦୀଙ୍କ ଏହି ଗସ୍ତକାଳରେ ପ୍ରିଡେଟର ଡ୍ରୋନ ବିକ୍ରି ପାଇଁ ମଧ୍ୟ ଚୁକ୍ତି ହୋଇପାରେ । ଏହି ଚୁକ୍ତିକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମତି ଦେଇସାରିଛି

Leave a Reply

Your email address will not be published. Required fields are marked *