ରାଜ୍ୟ

ବାହାନଗା ହାଇସ୍କୁଲ ୫-ଟି ଉପକ୍ରମରେ ହେବ ପୁନଃନିର୍ମାଣ

ଭୁବନେଶ୍ୱର,: ବାଲେଶ୍ୱର ଜିଲାର ବାହାନଗା ହାଇସ୍କୁଲର ୫-ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ବାହାନଗା ରେଳଷ୍ଟେଶନଠାରେ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷୟିତ୍ରୀ,ଶିକ୍ଷକମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ବତସ୍ଫୁର୍ତ୍ତ ଭାବରେ ଯୋଗ ଦେଇଥିଲେ। ସେମାନଙ୍କ ମହତ୍ୱ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

SHARE

Leave a Reply

Your email address will not be published. Required fields are marked *