ମହାନଗର

ଭକ୍ତଙ୍କୁ ଦୁର୍ବ୍ୟବହାର କରି ୪ ସେବାୟତ ଗିରଫ

ଭୁବନେଶ୍ବର: ଶିବଭକ୍ତଙ୍କୁ ଅଶ୍ଳୀଳ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଲିଙ୍ଗରାଜ ଥାନା ପୁଲିସ ୪ ଜଣ ସେବାୟତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର ଓ ପ୍ରକାଶ ବାଟୁ।ପୁଲିସ କହିଛି ଯେ, ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଅଭିଯୁକ୍ତମାନେ ସେବାୟତ କାର୍ଯ୍ୟ କରିବା ଆଳରେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ସେମାନଙ୍କୁ ଭୟଙ୍କର ପରିଣାମର ଧମକ ଦେଇ ବଳପୂର୍ବକ ଟଙ୍କା ଓ ଅଳଙ୍କାର ଆଦାୟ କରିଆସୁଥିଲେ। ଗିରଫ ଅଭିଯୁକ୍ତମାନଙ୍କର ଅପରାଧିକ ପୃଷ୍ଠଭୂମି ରହିବା ସହ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଅଛନ୍ତି । ଅଭିଯୁକ୍ତମାନେ ସର୍ବଦା ନିଶାସକ୍ତ ଅବସ୍ଥାରେ ରହିବା ସହ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାରେ ପକାଉଥିଲେ। ଏନେଇ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ।

Leave a Reply

Your email address will not be published. Required fields are marked *