ରାଜ୍ୟ

ଜିଲ୍ଲାପାଳଙ୍କ ସିଦ୍ଧଳ ବଳଦେବଜୀଉ ପୀଠ ଦର୍ଶନ

ଜଗତସିଂହପୁର : ଗତକାଲି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ସିଦ୍ଧଳ ଗସ୍ତରେ ଆସି ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ନାଟମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ରଥଯାତ୍ରା ଅବସରରେ ଜିଲ୍ଲାବାସୀଙ୍କର ସୁଖ ସମୃଦ୍ଧି କାମନା କରିଥିଲେ।ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ସିଦ୍ଧଳ ଗ୍ରାମବାସୀ ଙ୍କ ସହଯୋଗ ରେ ରଥଯାତ୍ରାକାର୍ଯ୍ୟ ଆନନ୍ଦ ଉଲ୍ଲାସ, ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେଉଅଛି।ସାତଦିନ ବ୍ୟାପି ସା°ସ୍କତିକ କାର୍ଯ୍ୟକ୍ରମ ରେ ପାଲା ,ଘୋଡାନାଚ,ଭଜନସନ୍ଧ୍ୟା,ସ°କିର୍ତ୍ତନ ପରିବେଷଣ କରାଯାଉଛି।ଏହାକୁ ବହୁସଂଖ୍ୟାରେ ଉପଭୋଗ କରନ୍ତୁ।ଗ୍ରୀଷ୍ମ ଅବକାଶ ପରେ ସମସ୍ତ ସ୍କୁଲ ଖୋଲିଯାଇଛି।ପିଲା ମାନେ ସ୍କୁଲ ଯାଆନ୍ତୁ ଏବଂ ସନ୍ଧ୍ୟାରେ ସା°ସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରନ୍ତୁ।ମନ୍ଦିରର ଯାହା କାର୍ଯ୍ୟ ବାକି ରହିଛି ତାହା ପୂରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ।ବରିଷ୍ଠ କଳାକାର ନାରାୟଣ ଦାସ ଓ ସାଇଶ୍ରଦ୍ଧା ନୃତ୍ୟ ପରିବେଷଣ କରି ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ର°ଜନ ପଟ୍ଟନାୟକ, ଜିଲ୍ଲା ସ°ସ୍କୃତି ଅଧିକାରୀ ଦିଲ୍ଲିପ କୁମାର ଜେନା, ଉପପରିଚାଳକ, ଜାତୀୟ ସ୍ବାସ୍ଥ୍ୟ ମିଶନ ସୁକାନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।କାଳିକିଙ୍କର ଆଚାର୍ଯ୍ୟ ଏହି ଉତ୍ସବରେସଭାପତିତ୍ବ କରିଥିବାବେଳେ ରାମଚନ୍ଦ୍ର ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଗ୍ରାମବାସୀ ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *