ରାଜ୍ୟ

ଭକ୍ତ ଶିରୋମଣି ଦାସିଆ ପୀଠରେ ସ୍ୱାସ୍ଥ୍ୟସେବା ଶିବିର ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ

ଭୁବନେଶ୍ୱର :ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ପିପିଲିର ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ପୀଠରେ ରବିବାର ଏକ ବିଶାଳ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖ ଅଞ୍ଚଳର ୬ଶହରୁ ଉର୍ଦ୍ଧ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା ଏବଂ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା।

ଭକ୍ତ ଦାସିଆ ସ୍ମୃତି କମିଟି ସହଯୋଗରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟସେବା ଶିବିରକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଉଦ୍‍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ଜୟକୃଷ୍ଣ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼ଃ ବିନାୟକ ରଥ, ଭକ୍ତ ଦାସିଆ ସ୍ମୃତି କମିଟିର ସଭାପତି ଡ଼ ପ୍ରତିଭା ମହାରଥୀ, ଶ୍ରୀମଦ୍‍ ଭାଗବତ ମହାମଞ୍ଚର ରାଜ୍ୟ ସଭାପତି ତପନ ମହାରାଜାଜୀ, ଭୁବନେଶ୍ୱର ସ୍ଥିତ ଏସ୍‍ବିଆଇ ସହାୟକ ମହାପ୍ରବନ୍ଧକ ଅମରେଶ ଦାଶ, ୱାଲେଟ୍‍ ଫୋର ୱେଲ୍‍ଥ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସରପଞ୍ଚ ରଶ୍ମିତା ସେନାପତି, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଡେଲାଙ୍ଗ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ସାମନ୍ତରାୟ, ଅଧ୍ୟାପକ ସରୋଜ କୁମାର ବଳିଆରସିଂ, ସୁକାନ୍ତ କୁମାର ପଣ୍ଡା, ବ୍ରଜମୋହନ ଦାଶ ପ୍ରମୁଖ ଯୋଗଦେଇଥିଲେ।

ଏମ୍ସର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ଏଥିରେ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣା ଔଷଧ ବିତରଣ ଓ ସ୍ୱାସ୍ଥ୍ୟ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେଠାରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ ଉପରୋକ୍ତ ଅତିଥିମାନେ ଯୋଗଦେଇ ସ୍ମୃତି କମିଟି ପକ୍ଷରୁ ପ୍ରକାଶିତ ଆଧ୍ୟାତ୍ମିକ ତ୍ରୟୋମାସିକ ପତ୍ରିକା ‘ଭାବକୁ ନିକଟ’ ଏବଂ ବିଶିଷ୍ଟ ସାହିତ୍ୟିକ ଅର୍ଜ୍ଜୁନ ଚରଣ ସାମଲଙ୍କ ଦ୍ୱାରା ରଚିତ ପୁସ୍ତକ ‘ବିଶ୍ୱବନ୍ଦିତ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା’ର ଲୋକାର୍ପଣ କରିଥିଲେ। ସ୍ମୃତି କମିଟିର ସାଧାରଣ ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନରେନ୍ଦ୍ର ନାଥ ସାହୁ, ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଅର୍ଜ୍ଜୁନ ଚରଣ ସାମଲ, ପଞ୍ଚାନନ ନାୟକ, ଅନନ୍ତ ଚରଣ ସାହୁ, ଆଇନଜୀବୀ ସରୋଜ କୁମାର ସାହୁ, ଆଞ୍ଚଳିକ କମିଟିର ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ମହାନ୍ତି, ସ୍ୱୟଂପ୍ରକାଶ ପରିଡା, ଲକ୍ଷ୍ମୀଧର ସାହୁ, ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *