ମହାନଗର

୫ ନାଗାବାବାଙ୍କୁ ଉଠାଇନେଲା

ଭୁବନେଶ୍ୱର : ମଞ୍ଚେଶ୍ବର ପୋଲିସ ୫ ସନ୍ଦିଗ୍ଧ ନାଗା ବାବାଙ୍କୁ ଅଟକ ରଖିଛି। ମଞ୍ଚେଶ୍ବର ଅଞ୍ଚଳରେ ବୁଲୁଥିବା ବେଳେ ସୋମବାର ଏହି ୫ ଜଣଙ୍କୁ ଉଠାଇ ନେଇଛି ପୋଲିସ। ବାବା ବେଶ ହୋଇ ଏମାନେ ଲୁଟ୍‌ କରୁଥିବା ସନ୍ଦେହରେ ପୋଲିସ ଉଠାଇଆଣିଛି। ସେମାନଙ୍କ ନିକଟରୁ ଏକ ବୋଲେରୋ ମଧ୍ୟ ଜବତ ହୋଇଛି। ଦୁଇଦିନ ତଳେ ନନ୍ଦନକାନନ ଥାନା ଅଞ୍ଚଳରେ ବାବା ବେଶରେ ୫ ଲକ୍ଷ ଟଙ୍କାର ସୁନା ନେଇ ପଳାଇଥିବାର ଅଭିଯୋଗ ହୋଇଛି l ତେବେ ଏହି ଲୁଟ୍‌ରେ ଏମାନଙ୍କ ସଂପୃକ୍ତି ରହିଛି କି ନାହିଁ ପୋଲିସ ଅଟକ ରଖି ପଚରାଉଚରା କରୁଛି l

Leave a Reply

Your email address will not be published. Required fields are marked *