ରାଜ୍ୟ

କଲ୍ୟାଣ ମଣ୍ଡପ ପାଚେରୀ ଭୁସୁଡ଼ିଲା


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଭୋଗସାଳଦା ପଞ୍ଚାୟତ ର ସାଇଲୋ ଛକ ଠାରେ ପଞ୍ଚାୟତ ପକ୍ଷରୁ ନିର୍ମିତ ରତ୍ନାକର ଦାସ କଲ୍ୟାଣ ମଣ୍ଡପ ୪୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ।
ମାତ୍ର ଗତକାଲି ରାତି ରେ ରାସ୍ତା ପଟକୁ ଥିବା ପାଚେରୀ ଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏହି କଲ୍ୟାଣ ମଣ୍ଡପ ପାଇଁ ୩୫ ଲକ୍ଷ ଟଙ୍କା ଅନୁଦାନ ଥିବା ବେଳେ ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଅଭିଯୋଗ ହୋଇଛି।ଏହି ମଣ୍ଡପଟି ଉଦଘାଟନ ହୋଇଥିଲେ ମଧ୍ୟ ପଞ୍ଚାୟତ ବାସୀଙ୍କ କାର୍ଯ୍ୟରେ ଲାଗୁନାହିଁ ।ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ପାଚେରି ଭୁଶୁଡ଼ି ପଡ଼ିଲା ବୋଲି ଅଭିଯୋଗ ହେଉଛି ।ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଅନ୍ୟ ଜଣେ ଶାସକ ଦଳ ସମର୍ଥିତ ଠିକାଦାର ଏହି କାର୍ଯ୍ୟ କରିଥିବାରୁ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ରାଜ୍ଯ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଦାବି ହେଉଛି।

Leave a Reply

Your email address will not be published. Required fields are marked *