ରାଜନୀତି

ଓଡ଼ିଶା ବଜେଟ ରାଜ୍ୟକୁ ବିନାଶ ଓ ବର୍ବାଦ କରିବାକୁ ନବୀନଙ୍କ ହୀନଉଦ୍ୟମ : ଆଇସିପି


ଭୁବନେଶ୍ୱର : ଓଡିଶା ବଜେଟ୍ ୨୦୨୩-୨୦୨୪ଓଡ଼ିଶା ଏବଂ ଓଡ଼ିଶା ବାସୀଙ୍କୁ ବିନାଶ ଓ ବର୍ ବାଦ୍ କରି ବିଜୁ ଜନତା ଦଳକୁ କ୍ଷମତାସୀନ କରିବାକୁ ନବୀନ ପଟ୍ଟନାୟକଙ୍କ ୨୪ ତମ ଉଦ୍ୟମ ବୋଲି ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି ସଭାପତି ରମେଶ ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି ! ଗରିବ, ମଧ୍ୟବିତ୍ତ, ବେରୋଜଗାରୀ, କୃଷକ, ଶ୍ରମିକ ସରକାରୀ କର୍ମଚାରୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବରିଷ୍ଠ ନାଗରିକ ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ଲୋକପ୍ରତିନିଧି, ମହିଳା, ଗୃହିଣୀ, ଦଳିତ ଆଦିବାସୀ, ପଛୁଆବର୍ଗ, ସାମ୍ବାଦିକ, ଓକିଲ, ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ଭିନ୍ନକ୍ଷମ, ପ୍ରବାସୀ ଓଡ଼ିଆ,ପୂର୍ବତନ ସୈନିକ, କାହାରି ଉନ୍ନତି ବା ବିକାଶ ପାଇଁ ଓଡ଼ିଶା ବଜେଟ୍ ରେ ଅର୍ଥ ବ୍ୟବସ୍ଥା କରାଯାଇନାହିଁ; କେବଳ ମିଶନ ଶକ୍ତି ମହିଳାଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେଇ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର କରିବା ପାଇଁ ଓଡ଼ିଶାବାସୀଙ୍କର ଅର୍ଥର ବର୍ ବାଦ୍ ଏବଂ ଏହାର ପରିଣାମ ଭୟଙ୍କର ହେବ ବୋଲି ଶ୍ରୀ ରାଉତ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ସତର୍କ କରି ଦେଇଛନ୍ତି l

Leave a Reply

Your email address will not be published. Required fields are marked *