ରାଜନୀତି

ବିଜେପିର ମହାସମ୍ପର୍କ ଅଭିଯାନ


ନମାପଡା :ମଧ୍ୟପ୍ରଦେଶର ଭୋପାଳ ଠାରେ ବୁଥ ସଶକ୍ତକରଣ ରେ ସକ୍ରିୟ ଯୋଗଦାନ କରିଥିବା ମୋଟ ୨୮୦୦ ଜଣ କାର୍ଯ୍ୟକର୍ତ୍ତା ମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଜନସମ୍ବାଦ କାର୍ଯ୍ୟକ୍ରମରେ ଭାରତବର୍ଷର ୧୫୦୦୦ ମଣ୍ଡଳ ଓ ୧୦ଲକ୍ଷ ବୁଥ କାର୍ଯ୍ୟକର୍ତ୍ତା ମାନଙ୍କୁ ଭିଡ଼ିଓ ମାଧ୍ୟମରେ ଉଦବୋଧନ ଦେଇଥିଲେ ।ଦେଶର ଏହି ସର୍ବବୃହତ ଜନସମ୍ବାଦ କୁ ମଣ୍ଡଳ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଶୁଣିବା ପାଇଁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଆଜି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସାଇଁସ ଶାସନ ପଞ୍ଚାୟତ ର ଭଗବତିପୁର କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲେ ।ବଳଙ୍ଗା ମଣ୍ଡଳ ସଭାପତି ଶ୍ରୀ ପ୍ରସନ୍ନ ଦାଶ,ସାଇଁସ ଶାସନ ସରପଂଚ ଦେବାଶିଷ ଆଚାର୍ଯ୍ୟ ଓ ସମିତି ସଭ୍ୟା ସନ୍ଧ୍ୟାରାଣୀ ରଥ,ବିଜେପି
ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଯୁବନେତା ଦିଲ୍ଲୀପ ନାୟକ, ବିଧାନସଭା ସଂଯୋଜକ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସଭାପତି ଶ୍ରୀ ସାମଲ ଙ୍କୁ ସମ୍ବର୍ଦ୍ଧନା ଜଣାଇ ସଭାଗୃହ କୁ ପାଛୋଟି ଆଣିଥିଲେ ।ବଳଙ୍ଗା ମଣ୍ଡଳର ସମୁଦାୟ ୪୧ ବୁଥରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତ୍ତା ମଣ୍ଡଳ ପଦାଧିକାରୀମାନେ ଉପସ୍ଥିତ ରହି ଏହି ଜନସମ୍ବାଦ କୁ ଦୀର୍ଘ ୨ଘଣ୍ଟା ଧରି ଶୁଣିଥିଲେ ।ଏହାପରେ ସାଇଁସ ଶାସନ ପଂଚାୟତର ୨୩ ନମ୍ବର ବୁଥ ଭଗବତୀପୁର ରେ ଘର କୁ ଘର ପ୍ରଚାର କରି ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଙ୍କ ୯ ବର୍ଷ ର ସେବା,ସୁଶାସନ ଓ ଗରିବ କଲ୍ୟାଣର ବାର୍ତ୍ତା ପହଞ୍ଚାଇପୁଣିଥରେ ମୋଦୀଙ୍କୁ ଆଶିର୍ବାଦ କରିବା ପାଇଁ ଅନୁରୋଧ କରିଥିଲେ ।ଓଡ଼ିଶାର ବିକାଶ ପାଇଁ ଓ ଗଣତନ୍ତ୍ର ର ସୁରକ୍ଷା ପାଇଁ ବଜେପିକୁ ସରକାର ରେ ଆଣିବା ପାଇଁ ଅନୁରୋଧ କରିଥିଲେ ଏହି କାର୍ଯ୍ୟକ୍ରମ ରେ ନିମାପଡା ନଗର ମଣ୍ଡଳ ସଭାପତି ନିରଂଜନ ନାୟକ,କୋଟକୁସାଙ୍ଗ ସଭାପତି ପ୍ରଭାତ ବିଶ୍ବାଳ ଓ ଧନୁଆଁ ମଣ୍ଡଳ ସଭାପତି ଜଚିନ୍ଦ୍ର ସ୍ବାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *