ମୁଖ୍ୟ ଖବର

୨୯ରେ ବନ୍ଦ ରହିବ ସ୍କୁଲ-କଲେଜ ସହ ବ୍ୟାଙ୍କ ଓ କୋର୍ଟ

ଭୁ‌ବନେଶ୍ବର: ପବିତ୍ର ଇଦ୍‌-ଉଲ୍‌-ଜୁହା ଅବସରରେ ଜୁନ୍‌ ୨୯ ତାରିଖ (ଗୁରୁବାର) ରାଜ୍ୟର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ହେବ। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ମଧୁସ୍ମିତା ସାହୁ ବିଜ୍ଞପ୍ତି ଜରିଆରେ କହିଛନ୍ତି, ଆସନ୍ତା ୨୯ ତାରିଖ (ଗୁରୁବାର) ସରକାରୀ ଛୁଟି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମାଜିଷ୍ଟ୍ରେଟ୍‌ କୋର୍ଟ ଓ ବ୍ୟାଙ୍କ ବନ୍ଦ ରହିବ।ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ କ୍ୟାଲେଣ୍ଡରରେ ଇଦ୍‌-ଉଲ୍‌-ଜୁହା ପାଇଁ ଜୁନ୍‌ ୩୦ ତାରିଖ (ଶୁକ୍ରବାର) ଛୁଟି ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *