ମୁଖ୍ୟ ଖବର

ରଥ ଟଣା ବେଳେ ୩ ଜଣଙ୍କର ମୃତ୍ୟୁ

ବଡ଼ବିଲ /କୋରାପୁଟ: ବାହୁଡ଼ାଯାତ୍ରାରେ ବୁଧବାର ଭିିନ୍ନ ଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ରଥଟଣା ସମୟରେ ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରେ ୨ ଜଣ ଏବଂ କୋରାପୁଟ ଜିଲ୍ଲା କୋଲାବନଗରରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଝୁମ୍ପୁରାର ଯୁଗଳ କିଶୋର ବାରିକ (୪୫), ବରୁଣ ଗିରି (୫୦) ଓ କୋଲାବନଗରର ବାବୁଲା ନାୟକ।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ବାହୁଡ଼ାଯାତ୍ରା ବେଳେ ରଥରେ ୧୧ କେଭି ବିଦ୍ୟୁତ ତାର ଲାଗିଯାଇଥିଲା। ବାରିଆ ଗ୍ରାମପଞ୍ଚାୟତ ଭୁବନପସି ଗ୍ରାମର ଯୁଗଳ କିଶୋର ବାରିକ ଓ ବାରିଆ ଗାଁର ବରୁଣ ଗିରି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କୁ ପ୍ରଥମେ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଅଘଟଣ ଯୋଗୁଁ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି।

ସେହିପରି କୋରାପୁଟ ଜିଲ୍ଲା କୋଲାବନଗର ବାହୁଡ଼ାଯାତ୍ରାରେ ଅଘଟଣ ଘଟିଛି। ରଥ ଟାଣିବା ସମୟରେ ବିଦ୍ୟୁତ ତାର ଲାଗି  ବାବୁଲା ନାୟକ ଗୁରୁତର ହୋଇଥିଲେ। ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍‌ଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବିଦ୍ୟୁତ ଆଘତରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତ। ଗୁରୁତର ଯୁବକ ଜଣକ ହେଲେ କ୍ରୀଷ୍ଣା ରାଓ।

ସୂଚନା ଅନୁଯାଇ କୋଲାବନଗରରେ ଚଳିତ ବର୍ଷ ନୂତନ ରଥ ନିର୍ମାଣ କରାଯାଇଛି । ରଥଯାତ୍ରା ଓ ବାହୁଡାଯାତ୍ରା ସମୟରେ ରାସ୍ତା ଯାଇଥିବା ବିଦ୍ୟୁତ ତାରକୁ ହଟାଇବା ସବ ବିଦ୍ୟୁତ ସରବରାହ ବନ୍ଦ କରିବାର ନିୟମ ରହିଛି। ତାହାକୁ ଏଠାରେ ଉଲ୍ଲଂଘନ କରାଯାଇଛି। ପ୍ରଥା ଅନୁଯାଇ ଶ୍ରୀଜିଉଙ୍କୁ ରଥାରୁଢ କରାଯାଇ ରଥ ଟଣାଯାଇଥିଲା। ରଥର ବ୍ରେକ ଦାୟିତ୍ୱରେ ସ୍ଥାନୀୟ ଅଞ୍ଚଳର ୬ ଜଣ ଯୁବକ ରହିଥିଲେ। ରଥଟଣା ସମୟରେ ରଥର ଧ୍ୱଜାରେ ବିଦ୍ୟୁତ ତାର ଲାଗିଥିଲା।

Leave a Reply

Your email address will not be published. Required fields are marked *