ରାଜ୍ୟ

ଚଢ଼ିଗଲା ବରଗାଡ଼ି: ଜଣେ ମୃତ, ୩ ଗୁରୁତର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ବାଘଝରଣ ଗାଁରୁ ବର ଓ ବରଯାତ୍ରୀ ବାହାରୁଥିବା ସମୟରେ ଗାଡ଼ି ଚଢ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି। ଏହି ମାମଲାରେ ଗାଡ଼ିଚାଳକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବାଘଝରଣ ଗାଁରୁ ହିର୍ଲି ଗାଁକୁ ଶୁକ୍ରବାର ରାତିରେ ବରଯାତ୍ରୀ ବାହାରିଥିଲେ। ଏହି ସମୟରେ ବର ଯାଉଥିବା ଏକ ମାରୁତି ଏଟ୍ରିକା କାର୍ ଘଟଣାସ୍ଥଳରେ କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଏଥିରେ ଗାଁର ରାଜ ବରିହା(୪୫)ଙ୍କ ସହ ୪ଜଣ ଗୁରୁତର ଓ ୫ ଆହତ ହୋଇଥିଲେ।

ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଖପ୍ରାଖୋଲ ସିଏଚସିକୁ ଅଣା ଯାଇଥିଲା। ସେଠାରେ ରାଜଙ୍କ ମ୍ରୁତ୍ୟୁ ହୋଇ ଯାଇଥିବା ନେଇ ଡାକ୍ତର କହିଥିଲେ। ୪ଜଣଙ୍କର ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଖପ୍ରାଖୋଲ ପୁଲିସ ଏଟ୍ରିକା ଗାଡ଼ିଚାଳକ ଦୁର୍ଯ୍ୟୋଧନ ନାଗଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *