ଦେଶ- ବିଦେଶ

ଜୁଲାଇ ୧୩ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆନୁମାନିକ ତାରିଖ ଘୋଷଣା କରିଛି । ଏଥପାଇଁ ଜୁଲାଇ ୧୨ରୁ ୧୯ ପର୍ଯ୍ୟନ୍ତ ଭଲ ସ୍ଥିତି ରହିଛି, ତେବେ ଜୁଲାଇ ୧୩ ତାରିଖ ଅପରାହ୍ନ ୨ଟା ୩୦ମିନିଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇପାରେ ବୋଲି ବୁଧବାର  ଇସ୍ରୋ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ବର୍ତ୍ତମାନ ଚନ୍ଦ୍ରଯାନ-୩ ମହାକାଶଯାନ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହୋଇଛି । ଆମେ ପରୀକ୍ଷଣ ଶେଷ କରିଛୁ… ଆମେ ବର୍ତ୍ତମାନ ରକେଟ୍ ପ୍ରସ୍ତୁତ କରୁଛୁ । ଆଜି ରକେଟର ପ୍ରସ୍ତୁତି ଶେଷ ହେବ।

ସେ କହିଛନ୍ତି ଯେ ଚନ୍ଦ୍ରଯାନ-୩କୁ ରକେଟ ରେ ସ୍ଥାପନ କରାଯିବ ଏବଂ ପରେ ଉତକ୍ଷେପଣ କରାଯିବ । ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଭଲ ସ୍ଥିତି ରହିଛି, କିନ୍ତୁ ଟେଷ୍ଟିଂ ପରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ।

ଚନ୍ଦ୍ରଯାନ-୨ ପରି ଚନ୍ଦ୍ରଯାନ-୩ରେ ବି ଲାଣ୍ଡର ଓ ରୋଭର ରହିବ, କିନ୍ତୁ ଅର୍ବିଟର ରହିବ ନାହିଁ । ଏହାକୁ ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରର ଲଞ୍ଚ୍ ପ୍ୟାଡରୁ ଏହାକୁ ଏଲଭିଏମ୩ ମାଧ୍ୟମରେ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି  ।

Leave a Reply

Your email address will not be published. Required fields are marked *