ଦେଶ- ବିଦେଶ

ଛୋଟ ଡ୍ରେସ୍‌ ପିନ୍ଧି ମନ୍ଦିର ପ୍ରବେଶ ମନା

ନୂଆଦିଲ୍ଲୀ :ଭାରତର ଅନେକ ମନ୍ଦିରରେ ଡ୍ରେସ କୋଡ୍‌ ନିୟମ ଲାଗୁ ହୋଇଛି। ଏଥିରେ ମନ୍ଦିରକୁ ଛୋଟ ଡ୍ରେସ୍‌ ପିନ୍ଧି ଯିବାକୁ ନିଷେଧାଦେଶ ଜାରି କରାଯାଇଛି। ଋଷିକେଶ ମନ୍ଦିରରେ ଏହି ନିୟମ ଲାଗୁ ହେବା ପରେ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଏହି ନିୟମ ବଦ୍ରୀନାଥ ଏବଂ କେଦାରନାଥ ମନ୍ଦିରରେ ଲାଗୁ କରାଯିବାକୁ ଦାବି କରାଯାଉଛି।
କମିଟିର ଅଧ୍ୟକ୍ଷ ମହାନୀରଭାନୀ ଅଖରା ଏନେଇ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମନ୍ଦିରରେ ଦର୍ଶନ ସମୟରେ ଶରୀରର ୮୦ ପ୍ରତିଶତ ଆଚ୍ଛାଦନ କରାଯିବା ଉଚିତ। ଭକ୍ତମାନେ ସମ୍ମାନରେ ଭଗବାନଙ୍କୁ ଦେଖା କରିବା ଉଚିତ୍‌।

ତେବେ ଏଠାରେ କହି ରଖୁଛୁ କି, ଅନେକ ମନ୍ଦିରରେ ଏନେଇ ମନ୍ଦିର ବାହାରେ ବୋର୍ଡ ଲଗାଯାଇଛି ଯେ ଲୋକମାନେ ଛୋଟ ଡ୍ରେସ୍‌ ପିନ୍ଧି ମନ୍ଦିରକୁ ଆସିବା ନିଷେଧ। ଉତ୍ତରାଖଣ୍ଡର ମନ୍ଦିରରେ ଡ୍ରେସ କୋଡ ସମ୍ବନ୍ଧୀୟ ପ୍ରସଙ୍ଗ ଉଷ୍ମ ହେବାରେ ଲାଗିଛି। ଉତ୍ତରାଖଣ୍ଡରେ ଥିବା ସମସ୍ତ ମନ୍ଦିର ଭକ୍ତଙ୍କ ପାଇଁ ଡ୍ରେସ କୋଡ ଲାଗୁ କରିଛନ୍ତି।

ସେହିପରି ଉତ୍ତର ପ୍ରଦେଶର ରାଧାରାଣୀ ମନ୍ଦିରରେ ମଧ୍ୟ ଛୋଟ ଡ୍ରେସ ପିନ୍ଧି ଆସିବାକୁ ବାରଣ କରାଯାଇଛି। ଛୋଟ ଡ୍ରେସ୍‌ ପିନ୍ଧିଥିଲେ ମନ୍ଦିର ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ମନ୍ଦିର କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ସେହିପରି ନାଇଟ ଶୁଟ ଓ ଫଟା ଜିନ ପିନ୍ଧି ମଧ୍ୟ ମନ୍ଦିର ଭିତରେ ପ୍ରବେଶ କରିବାକୁ ମନା କରାଯାଇଛି। ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ କରାଯାଇଛି। ଜୁନ ୨୧ ତାରିଖରେ ଉତ୍ତରପ୍ରଦେସର ବିରୁଆ ବାଡ଼ି ମନ୍ଦିରରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି। ନିକଟରେ ଶିମଲାର ଏକ ଜୈନ ମନ୍ଦିରରେ ମଧ୍ୟ ଏଭଳି କଟକଣା ଲଗାଯାଇଛି।

Leave a Reply

Your email address will not be published. Required fields are marked *