ଦେଶ- ବିଦେଶ

ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ କଏଦୀ

ଲାହୋର: ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ ଜଣ କଏଦୀ | ପାକିସ୍ତାନର ବଲୁଚିସ୍ତାନରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଗତକାଲି କଏଦୀମାନେ ବଲୁଚିସ୍ତାନର ଚମନ ଜେଲରୁ ଖସି ପଳାଇଥିଲେ। ତେବେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମ୍ପର୍କରେ ବଲୁଚିସ୍ତାନ ଜେଲ ମହାନିରୀକ୍ଷକ ମଲିକ ଶୁଜା କାସୀ କହିଛନ୍ତି ଯେ ଗୁଳି ବିନିମୟରେ କିଛି ପୁଲିସ କର୍ମୀ ଓ କଏଦୀ ମଧ୍ୟ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ଗୁରୁବାର ଦିନ ଜେଲ ଭିତରେ ଥିବା ଖୋଲା ସ୍ଥାନରେ ଇଦ୍ ପାଇଁ ନମାଜ ପଢ଼ାଯାଉଥିବାବେଳେ ଏହି ଘଟଣା ଘଟିଛି। ଏହି ସମୟରେ, କିଛି କଏଦୀ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ ଓ ସେମାନେ ସଫଳ ମଧ୍ୟ ହୋଇଥିଲେ |

କାସୀ କହିଛନ୍ତି ଯେ ଯେତେବେଳେ ନମାଜ ପାଇଁ କଏଦୀମାନଙ୍କୁ ଜେଲ ଭିତରୁ ଜେଲ ମଧ୍ୟରେ ଥିବା ଖୋଲା ସ୍ଥାନକୁ ଅଣାଯାଇଥିଲା, ସେତେବେଳେ କିଛି କଏଦୀ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଯେଉଁ କାରଣରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା | ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ଜେଲରେ ଥିବା ପୁଲିସ କର୍ମଚାରୀ ସେମାନଙ୍କୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ କଏଦୀମାନେ ଖସିଯିବାରେ ସଫଳ ହୋଇଥିଲେ। ତେବେ କଏଦୀମାନେ ଦୌଡ଼ି ପଳାଇଯାଉଥିବାବେଳେ ପୁଲିସ କର୍ମୀ ଆଖିବୁଜା ଗୁଳି ଚଳାଇଥିଲେ | ଏଥିରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିଲା। ମୋଟ ୧୭ ଜଣ କଏଦୀ ପଳାଇ ଯାଇଥିଲେ।

ସେ କହିଛନ୍ତି ଯେ କଏଦୀଙ୍କ ଫେରାର ହେବା ପଛରେ କୌଣସି ବାହାର ବ୍ୟକ୍ତି ସହାୟତା କରିଥିବା ଜଣାପଡିଛି। କାସୀ କହିଛନ୍ତି ଯେ ଫେରାର କଏଦୀଙ୍କ ମଧ୍ୟରେ କିଛି ଆତଙ୍କବାଦୀ ମଧ୍ୟ ଥିଲେ | ଏବେ ଫେରାର କଏଦୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ଚମନ କାରାଗାର ଇରାନର ସୀମାନ୍ତ ସହର ନିକଟରେ ଥିବାରୁ ସେମାନେ ସୀମା ପାରି ହୋଇ ଇରାନ ଚାଲିଯାଇଥିବେ |

One thought on “ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ କଏଦୀ

  • Sushanta Kumar Das

    Mashallah

    Reply

Leave a Reply

Your email address will not be published. Required fields are marked *