ମୁଖ୍ୟ ଖବର

ମଣିପୁରରେ ସାନି ଗୁଳିକାଣ୍ଡ: ୩ ମୃତ

ଇମ୍ଫାଲ : ମଣିପୁରର କାଙ୍ଗପୋକ୍‌ପି ଜିଲାରେ ଗୁରୁବାର ସୁରକ୍ଷା ବଳ ଓ ସନ୍ଦିଗ୍ଧ ଦଙ୍ଗାକାରୀମାନଙ୍କ ମଧ୍ୟରେ ପୁଣି ଗୁଳିବିନିମୟ ହୋଇଥିଲା। ଗୁଳିକାଣ୍ଡ ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୩କୁ ବୃଦ୍ଧି ପାଇଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ହାରାଓଥେଲ ଗ୍ରାମ ନିକଟରେ ସଶସ୍ତ୍ର ଦଙ୍ଗାକାରୀମାନେ ଆଖିବୁଜା ଗୁଳି ଚଳାଇବାରୁ ଯବାନମାନେ ସ୍ଥିତିକୁ ଆୟତ୍ତ କରିବା ଲାଗି ମାପିଚୁପି ପାଲଟା ଜବାବ ଦେଇଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି। ୨ ଦଙ୍ଗାକାରୀଙ୍କ ମୃତଦେହକୁ ସେମାନଙ୍କ ସମ୍ପ୍ରଦାୟର ଲୋକମାନେ ସଂଗ୍ରହ କରିନେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରା ବାହାର କରିଥିଲେ। ମହିଳାମାନଙ୍କ ନେତୃତ୍ୱରେ ଉକ୍ତ ବିକ୍ଷୋଭକାରୀମାନେ ସେମାନଙ୍କୁ ଗିରଫ କରିବାକୁ ପୋଲିସକୁ ଚ୍ୟାଲେଞ୍ଜ ଦେଇଥିଲେ। ପୋଲିସକୁ ଅଟକାଇବା ପାଇଁ ସେମାନେ ରାସ୍ତା ମଝିରେ ଟାୟାର ଜାଳିଥିଲେ। ତେବେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବାବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକାଇବାରୁ ହିଂସାତ୍ମକ ସ୍ଥିତି ଉପୁଜିଥିଲା। ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ ସାଙ୍ଗକୁ ଲାଠିଚାଳନା କରି ଉତ୍ତ୍ୟକ୍ତ ଲୋକଙ୍କୁ ସେଠାରୁ ତଡ଼ିଦେଇଥିଲା

Leave a Reply

Your email address will not be published. Required fields are marked *