ରାଜନୀତି

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ, : ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ଅଫିସରଙ୍କର ଟ୍ରାନ୍ସଫର ପୋଷ୍ଟିଂକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ଦିଲ୍ଲୀ ସରକାର ଶୁକ୍ରବାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିୟମ ଅସମ୍ବିଧାନିକ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଏଏପି ସରକାର କହିଛନ୍ତି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ତୁରନ୍ତ ନିଷିଦ୍ଧ କରାଯିବା ଉଚିତ। ଗତ ମାସରେ ଦିଲ୍ଲୀରେ ଗ୍ରୁପ-ଏ ଅଧିକାରୀଙ୍କ ଟ୍ରାନ୍ସଫର ତଥା ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ରାଜଧାନୀ ଜନସେବା ପ୍ରାଧିକରଣ ଗଠନ ପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଯାହାକୁ ଅରବିନ୍ଦ କେଜରିୱାଲଙ୍କ ସରକାର ବିରୋଧ କରୁଛନ୍ତି।
ଏହି ନିୟମ ଘୋଷଣା ହେବାର କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀର ପୋଲିସ, ଆଇନ ଶୃଙ୍ଖଳା ତଥା ଅନ୍ୟାନ୍ୟ ସେବା ନିୟନ୍ତ୍ରଣକୁ ଦିଲ୍ଲୀ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ କେନ୍ଦ୍ର ସରକାର ପାଳନ କରୁନାହାଁନ୍ତି ଏବଂ ଏହି ନିୟମ ଅସମ୍ବିଧାନିକ ଅଟେ।

Leave a Reply

Your email address will not be published. Required fields are marked *