ଅପରାଧ

ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ୩ ଶହୀଦ

ରାୟପୁର: ଆଜି ସକାଳେ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୩ଜଣ ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ (ଡିଆର୍‌ଜି) କର୍ମଚାରୀ ସହିଦ ହୋଇଛନ୍ତି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛି।

ଗୁଳି ବିନିମୟ ସମୟରେ ‘ଏଏସ୍‌ଆଇ’ ରାମୁରାମ ନାଗ, ସହକାରୀ କନେଷ୍ଟବଳ କୁଞ୍ଜମ୍‌ ‌ଯୋଗା ଏବଂ ସୈନିକ ବଞ୍ଜମ ଭୀମା ମାଓବାଦୀଙ୍କ ଗୁଳି ଚୋଟରେ ସହିଦ ହୋଇଛନ୍ତି ବୋଲି ବସ୍ତର୍‌ ରେଞ୍ଜ୍‌ ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ସୁନ୍ଦରରାଜ ପି କହିଛନ୍ତି।

ଆଜି ସକାଳେ ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନାର ‘ଡିଆର୍‌ଜି’ ପାର୍ଟି ନକ୍ସଲ୍‌ ତଲାସ ଅଭିଯାନରେ ବାହାରି ଯାଇଥିଲେ। ଅଭିଯାନ ଚାଲିଥିବା ବେଳେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଜଗରଗୁଣ୍ଡା ଓ କୁନ୍ଦେଡ଼ ମଧ୍ୟବର୍ତ୍ତୀ ଅଞ୍ଚଳରେ ପୁଲିସ ଟିମ୍‌ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ବସ୍ତର୍‌ ରେଞ୍ଜ୍‌ ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ସୁନ୍ଦରରାଜ ପି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି।

ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ଜଗରଗୁଣ୍ଡା ଥାନା ଅଞ୍ଚଳ ହେଉଛି ପ୍ରାୟ ୪୦୦ କିଲୋମିଟର। ଘଟଣାସ୍ଥଳକୁ ‘ରିଏନ୍‌ଫୋର୍ସମେଣ୍ଟ୍‌’ ପଠାଯାଇଛି।

Leave a Reply

Your email address will not be published. Required fields are marked *