ଅପରାଧ

ନାଲକୋ ମେନ ଗେଟ ସମ୍ମୁଖରେ ଟ୍ରକ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ବଅଁରପାଳ: ନାଲକୋ ମେନ ଗେଟ ସମ୍ମୁଖରେ ଏକ ଟ୍ରକ (ଓଡି ୩୫ ଜି ୦୪୪୦)  ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ଶ୍ରୀଧର ନାଏକ। ସେ ନାଲକୋ ସ୍ମେଲଟର କାରଖାନାରେ କାର୍ଯ୍ୟରତ ଥିଲେ। ଆଜି ସକାଳ ୭ଟା୪୫ ସମୟରେ ନିଜ ସାଇକେଲ ଯୋଗେ ଶ୍ରୀଧର କାର୍ଯ୍ୟ କରିବା ପାଇଁ ସ୍ମେଲଟର କାରଖାନାକୁ ଯାଉଥିବା ବେଳେ ମେନ ଗେଟ ସମ୍ମୁଖରେ ଅନୁଗୁଳରୁ ବଅଁରପାଳ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ସେହି ସ୍ଥାନରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।ଧକ୍କା ଦେଇ ଟ୍ରକଟି ରହିଯିବା ଫଳରେ ସ୍ଥାନୀୟ ଲୋକେ ଉଭୟ ଟ୍ରକ ଓ ଡ୍ରାଇଭରଙ୍କୁ କାବୁ କରିଥିଲେ। ଘଟଣାସ୍ଥଳରେ ନାଲକୋ ପୁଲିସ ଓ ନାଲକୋ ସୁରକ୍ଷା ଦାୟିତ୍ୱରେ ଥିବା ସି.ଆଇ.ଏସ.ଫ ଓ କରଣ ସିଂହ ସିକ୍ୟୁରିଟିର ଅଧିକାରୀମାନେ ପହଞ୍ଚି ପରିସ୍ଥିତ ଉପରେ ନଜର ରଖିଛନ୍ତି। ଦୁର୍ଘଟଣା ଯୋଗୁ ଦୁଇ ପାର୍ଶ୍ୱରେ ଶତାଧିକ ଗାଡ଼ି ଛିଡ଼ା ହୋଇଛି। ରାସ୍ତା ଅବରୋଧ ଥିବାରୁ ପୁଲିସ ପକ୍ଷରୁ ରାସ୍ତାରୁ ଟ୍ରାଫିକ ଟ୍ରାଫିକ୍ ସମସ୍ୟା ସୁଧାର ପାଇଁ ଉଦ୍ୟମ ଜାରି ରହିଛି।

Leave a Reply

Your email address will not be published. Required fields are marked *