ରାଜ୍ୟ

ଅନ୍ତିମ ଯାତ୍ରାରେ ସହିଦ ଦେବୀ ପ୍ରସନ୍ନ ସୂତାର

ପାଟକୁରା: ବରଫ ଝଡ଼ରେ ସହିଦ ହୋଇଥିବା ପାଟକୁରା ଅଞ୍ଚଳର ସହିଦ ଦେବୀ ପ୍ରସନ୍ନ ସୂତାରଙ୍କ ଅନ୍ତିମ ସଂସ୍କାର ଚାଲିଛି। ଏହାକୁ ନେଇ ଗ୍ରାମବାସୀ ଶୋକରେ ବୁଡ଼ି ରହିଛନ୍ତି। ଗାଁରେ ଚାଲିଛି ସହିଦଙ୍କ ଅନ୍ତିମ ଯାତ୍ରା। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ଆଜି ସହିଦ ଦେବୀ ପ୍ରସନ୍ନ ସୂତାରଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହକାରେ ଶେଷକୃତ୍ୟ ସଂପନ୍ନ କରାଯିବ। ଆଜି ପୁରା ଗାଁ ବୀର ପୁଅକୁ ଶ୍ରଦ୍ଧାଞ୍ଜଳି ଦେଉଛି। ପରିବାର ଲୋକେ ଲୁହଭିଜା ଆଖିରେ ବିଦାୟ ଦେଉଛନ୍ତି।

ସୂଚନାଯୋଗ୍ୟ, ବରଫ ଝଡ଼ରେ ସହିଦ ହୋଇଛନ୍ତି ପାଟକୁରା ଅଞ୍ଚଳର ଦେବୀ ପ୍ରସନ୍ନ ସୂତାର। ବରଫ ଅତଡା ଖସି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, କାଶ୍ମୀର ରାସ୍ତାରେ ତାଙ୍କ ଗାଡ଼ି ଅତିକ୍ରମ କରୁଥିବାବେଳେ ବରଫ ଜମି ରହିଲା ଫଳରେ ଜେସିବି ମେସିନରେ ବରଫ ସଫା କରାଯାଉଥିବାବେଳେ ନିକଟରେ ଦେବୀ ପ୍ରସନ୍ନ ରହିଥିଲେ। ସେହି ସମୟରେ ଉପରୁ ତଳକୁ ବରଫ ଧସି ଖସି ପଡ଼ିବାରୁ ଜେସିବି ଡ୍ରାଇଭର ଓ ଦେବୀ ପ୍ରସନ୍ନ ବରଫ ତଳେ ରହି ଯାଇଥିଲେ। ଗତ  ଜୁନ୍ ୩୦ ତାରିଖ ଦିନ ୧ଟା ସମୟରେ ଏହି ଘଟଣା ଘଟିଥିଲା।

ଦେବୀ ପ୍ରସନ୍ନଙ୍କ ସ୍ତ୍ରୀ ଓ ପୁଅ କାଶ୍ମୀରରେ ତାଙ୍କ ପାଖରେ ରହୁଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ଅନତ ଦୂରରେ ଥିବା ଜଗଦଳପୁର ଗ୍ରାମର ନାରାୟଣ ସୂତାରଙ୍କ ସାନ ପୁଅ ଦେବୀ ପ୍ରସନ୍ନ ସୂତାର(୩୬) ଜମ୍ମୁ- କଶ୍ମୀରରେ ସେନାରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ଗତକାଲି ତାଙ୍କର ମୃତଦେହ ଭୁବନେଶ୍ବରରେ ପହଞ୍ଚିବା ପରେ ଗାଁକୁ ନିଆଯାଇଥିଲା

Leave a Reply

Your email address will not be published. Required fields are marked *