ଦେଶ- ବିଦେଶ

ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ରେ ଅଗ୍ନିକାଣ୍ଡ

ଖଡ଼ଗପୁର: ଶନିବାର ପାହାନ୍ତାରେ ପଶ୍ଚିମବଙ୍ଗସ୍ଥିତ ‘ଆଇଆଇଟି’-ଖଡ଼ଗପୁରର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ ଅଫ୍‌ ରେସିଡେନ୍‌ସ୍‌ (ଏଲ୍‌ବିଏସ୍‌ ହଲ୍‌) ନାମରେ ଜଣାଶୁଣା ‘କମନ୍‌ରୁମ୍‌’ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସମ୍ବାଦ ସରବହରା ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଅଗ୍ନିକାଣ୍ଡ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ହୁତୁହୁତୁ ହୋଇ ଜଳୁଥିବା ‘ଏଲ୍‌ବିଏସ୍‌ ହଲ୍‌’ରୁ ପ୍ରବଳ ଧୂଆଁ ବାହାରୁଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ରାତି ପ୍ରାୟ ୩ଟା ବେଳେ ‘ଆଇଆଇଟି’ର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ରେ ହଠାତ୍‌ ନିଆଁ ଜଳିଉଠିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ଶିକ୍ଷାର୍ଥୀମାନଙ୍କ ବିଛଣାପତ୍ର ସମେତ ଅନ୍ୟାନ୍ୟ ଅନେକ ସାମଗ୍ରୀ ପୋଡ଼ି ପାଉଁସ ହୋଇଯାଇଛି।

ନିଆଁ ଲିଭାଇବା ପାଇଁ ତୁରନ୍ତ ଦମକଳକୁ ଖବର ଦିଆଯାଇଥିଲା। ଖଡ଼ଗପୁର ଓ ସାଲୁଆରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ୧ ଘଣ୍ଟା ମଧ୍ୟରେ ନିଆଁ ଲିଭିଯାଇଥିଲା।

ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡୁଛି। କାହିଁକି ନିଆଁ ଲାଗିଲା ତାହା ଜାଣିବା ଲାଗି ଅଗ୍ନିଶମ ବିଭାଗ ତଦନ୍ତ ଆରମ୍ଭ କରିଛି।

ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇଥିବାର ରିପୋର୍ଟ ମିଳିନାହିଁ

Leave a Reply

Your email address will not be published. Required fields are marked *