ଦେଶ- ବିଦେଶ

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ପଥରମାଡ଼

କୋଲକାତା : ପଶ୍ଚିମବଙ୍ଗର କୁଚ ବିହାରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କ ଗାଡ଼ି ଉପରକୁ ପଥରମାଡ଼ ହୋଇଛି । ଉତ୍ତ୍ୟକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା । ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ସେଲ୍ ମଧ୍ୟ ପ୍ରୟୋଗ କରାଯାଇଛି ।

ଏହି ଆକ୍ରମଣ ପାଇଁ ମନ୍ତ୍ରୀ ନିଶିଥ ପ୍ରାମାଣିକ ଟିଏମସି ସମର୍ଥକଙ୍କୁ ଦାୟୀ କରିଛନ୍ତି । ଯଦି ରାଜ୍ୟରେ ଜଣେ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଆପଣ କଳ୍ପନା କରିପାରିବେ। ଏହି ଘଟଣା ବଙ୍ଗଳାରେ ଗଣତନ୍ତ୍ରର ସ୍ଥିତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆକ୍ରମଣ ସମୟରେ କେନ୍ଦ୍ରମନ୍ତ୍ରୀ ବିଜେପିର ସ୍ଥାନୀୟ କାର୍ଯ୍ୟାଳୟକୁ ଯାଉଥିଲେ। ସୀମା ସୁରକ୍ଷା ବଳ (ବିଏସଏଫ)ର ଗୁଳିମାଡ଼ରେ ଜଣେ ଆଦିବାସୀଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାକୁ ନେଇ ତାଙ୍କ ଉପରେ ଏହି ପଥରମାଡ଼ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ବିଏସଏଫ ଗୃହ ମନ୍ତ୍ରଣାଳୟ ଅଧୀନରେ ଆସିଥାଏ ଏବଂ ପ୍ରାମାଣିକ ଗୃହ ରାଷ୍ଟ୍ରମନ୍ତ୍ରୀ ଅଟନ୍ତି । ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ନିକଟରେ ବିହାରରେ ଏକ ରାଲିରେ ପ୍ରାମାଣିକଙ୍କୁ ଟାର୍ଗେଟ କରିଥିଲେ। ଆଦିବାସୀଙ୍କ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ କିଛି କରିନାହାନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *