ରାଜନୀତି

ମୋଦିଙ୍କ ଭଳି ନାହାନ୍ତି କେହି ନେତା : ଅଜିତ

ମୁମ୍ବାଇ, : ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ପରିବର୍ତ୍ତନ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି। ସେ ମଭ୍‌ଗଳବାର କହିଛନ୍ତି ମୋଦିଙ୍କ ଭଳି ନେତା ଦେଶ ତଥା ସମଗ୍ର ବିଶ୍ୱରେ ନାହାନ୍ତି।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦକ୍ଷିଣ ମୁମ୍ବାଇରେ ତାଙ୍କ ଏନସିପି ଦଳର ନୂତନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି। ଆମେ ତାଙ୍କୁ ସମର୍ଥନ କରିବା ପାଇଁ ରାଜ୍ୟ ସରକାରରେ ଯୋଗ ଦେଇଛୁ। ମୋଦିଙ୍କର କୌଣସି ବିକଳ୍ପ ନାହିଁ ।

ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଜୁନ ୪ ମଙ୍ଗଳବାର ସନ୍ଦ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିବାକୁ ନାଗପୁର ଯିବାକୁ ପଡିବ, ଯେଉଁଥିପାଇଁ ରାଜ୍ୟ ମନ୍ତ୍ରଣାଳୟରେ ପୋର୍ଟଫୋଲିଓ ଆବଣ୍ଟନ ହୋଇପାରିବ ନାହିଁ। ତେବେ ଏହା ତୁରନ୍ତ ଘୋଷିତ ହେବ।

ମନ୍ତ୍ରଣାଳୟରେ ତାଙ୍କ ଯୋଗଦାନକୁ ନେଇ ଶିନ୍ଦେ ଗୋଷ୍ଠୀର କିଛି ସଦସ୍ୟ ଅସନ୍ତୁଷ୍ଟ ଅଛନ୍ତି କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଆମେ ସମସ୍ତେ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଛୁ। ଏଥିରେ ଅସନ୍ତୋଷର ପ୍ରଶ୍ନ ନାହିଁ।

Leave a Reply

Your email address will not be published. Required fields are marked *