ମୁଖ୍ୟ ଖବର

ଏକାମ୍ରକ୍ଷେତ୍ର ଚଳଚଞ୍ଚଳ, ଆଲୋକମାଳାରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ରାତି ପାହିଲେ ପବିତ୍ର ମହାଶିବରାତ୍ରି । ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ଶୈବପୀଠରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଲିଙ୍ଗରାଜ ମନ୍ଦିରକୁ ରଂଗୀନ ଆଲୋକରେ ସୁସଜ୍ଜିତ କରାଯାଇଛି। ଆଲୋକମାଳାରେ ଶ୍ରୀଲିଙ୍ଗରାଜ ମନ୍ଦିର ଝଲସୁଛି। ଭକ୍ତଙ୍କୁ ଆକର୍ଷିତ କରୁଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ। ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ରୋଷ ହୋମ ୬ଟା ୩୦, ଛାମୁ ପରିଷ୍କାର ଦିନ ୧୧ଟାରୁ ୧୨ଟା, ସାହାଣମେଳା ଦର୍ଶନ ଅପରାହ୍‌ଣ ୩ଟା ୪୫ରୁ ୪ଟା ୪୫, ମହାଦୀପ ଦର୍ଶନ ରାତି ୧୦ଟା, ସାହାଣ ମେଳା ଦର୍ଶନ ରାତି ୧୦ଟାରୁ ୧୧ଟା, ଭୁବନେଶ୍ବରୀଙ୍କ ସନ୍ଧ୍ୟାଧୂପ ଓ ପୂଜା ରାତି ୧୧ଟାରୁ ୧୧ଟା ୩୦ ହେବ। ସେହିପରି ବଡ଼ସିଂହର ଓ ପହୁଡ ଭୋର ୪ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଜାରି ରହିବ।ମହାଶିବରାତ୍ରି ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରଖିବ। ଜାଗର ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏସଓଜି ମୁତୟନ ହେବେ। ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୁଲିସ। ୫ଜଣ ଆଡସିନାଲ ୧୧ ଏସପି । ୧୯ ଆଇଆଇସି ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ। ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୨ /୩ଟି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ନାବାଳକ ଏବଂ ମହିଳା ଅଛନ୍ତି। ମନ୍ଦିର ସମ୍ମୁଖ ରାସ୍ତାରେ ଓ୍ବାନ ଓ୍ବେ କରାଯାଇଛି। ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି। ଭୁବନେଶ୍ୱରର ଅନ୍ୟ ୧୦ ଟି ମନ୍ଦିରରେ ମଧ୍ୟ ପଞଲିସ ମୁତୟନ ହୋଇଛନ୍ତି। ପୁଲିସ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

Leave a Reply

Your email address will not be published. Required fields are marked *