ରାଜନୀତି

ପରାଜିତ ନେତା ଯନ୍ତ୍ରୀ ନଳିନୀ ପ୍ରଧାନଙ୍କୁ ବିଜେଡିରେ ବିରୋଧ

ଭୁବନେଶ୍ୱର -2024 ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ସ୍ତରରେ ସାଙ୍ଗଠନିକ ସ୍ଥିତି ମଜଭୁତ କରିବାକୁ ନେତାମାନେ ନିର୍ବାଚନ ମଣ୍ଡଳୀରେ ଘନ ଘନ ବୈଠକ ଆରମ୍ଭ କରିଦେଲେଣି l ସମ୍ବଲପୁର ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ ଲୋକସଭା ଆସନ ହୋଇ ଥିବାରୁ ସମସ୍ତ ଆସନ ଦଖଲ କରିବାକୁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଅଙ୍କାକସା ଆରମ୍ଭ ହୋଇଗଲାଣି l 2019 ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନକୁ ଧରାଶାୟୀ କରି ବିଜେପି ପ୍ରାଥି ନୀତିଶ ଗଙ୍ଗଦେବ ବିଜୟ ଲାଭ କରିଥିଲେ l ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ସବୁ ଆସନରେ ଜିତିଥିବା ବେଳେ ଅପାରଗ, ଅନଭିଜ୍ଞ, ବଦନାମ ହୋଇଥିବା ଯନ୍ତ୍ରୀ ନଳିନୀ ପ୍ରଧାନ ଙ୍କୁ ପ୍ରାର୍ଥୀ କରିବା ଦ୍ୱାରା ଶାସକ ଦଳ ବଡ କ୍ଷତି ସହିଲା l ଏଥର ନିର୍ବାଚନରେ ବିଜେଡି ଯନ୍ତ୍ରୀ ନଳିନୀ ପ୍ରଧାନ ଙ୍କୁ ସମ୍ବଲପୁର ଆସନରେ ପ୍ରାର୍ଥୀ ନକରି ନୂଆ ପ୍ରାର୍ଥୀ ହେବ ବୋଲି ଶୁଣିବାକୁ ମିଳୁଛି l ସମ୍ବଲପୁର ବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ଯନ୍ତ୍ରୀ ନଳିନୀ ପ୍ରଧାନ ଏବେ ବିଧାୟକ ହେବାକୁ ମନ ବଳେଇଥିବାର ଜଣାପଡିଛି l ଲୋକମାନଙ୍କ ସହିତ ସମ୍ପର୍କ ନଥିବା, ଆତ୍ମଗର୍ବୀ, ଅହଙ୍କାରୀ, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ଯନ୍ତ୍ରୀ ନଳିନୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କଲେ ଦଳ ସେହି ଆସନ ହରାଇବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି l ଏଠାରେ ସୂଚାଇ ଦିଆଯାଇପାରେ ଯେ ନଳିନୀ ପ୍ରଧାନ ପୂର୍ତ୍ତ ବିଭାଗର ସଚିବ ଥିବା ସମୟରେ କୋଟି କୋଟି ଟଙ୍କା ଘୋଟଲା କରି ସରକାରୀ ଅର୍ଥକୁ ହଡପ କରିଥିଲେ l ଏବଂ ନିମ୍ନ ମାନର ରାସ୍ତା ଘାଟ,ସେତୁ ନିର୍ମାଣ କରି ବଦନାମ ହୋଇଥିଲେ l ଏପରିକି ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ, ଜାତ ମୁଣ୍ଡିଆ ସେତୁ, ପାଟଣାଗଡ଼ର ଏକ ସେତୁ ଭୁଶୁଡି କେତେକ ଲୋକ ମୃତ୍ୟୁ ବରଣ କରି ଥିଲେ ସେଥିପାଇଁ ପାଇଁ ସଚିବ ନଳିନୀ ପ୍ରଧାନଙ୍କୁ ଦୋଷୀ ବୋଲି ସାଧାରଣରେ କୁହାଯାଇଥିଲାl ଠିକାଦାର ମାନଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ନିମ୍ନ ମାନର କାମ କରାଉ ଥିଲେ ନଳିନୀ l ଏଣୁ ଦୁର୍ନୀତିଗ୍ରସ୍ତ, ମଣିଷ ମରା ଯନ୍ତ୍ରୀଙ୍କୁ ବିଜେଡି ଦଳ ଯଦି ବିଧାୟକ ପ୍ରାର୍ଥୀ କରେ ତେବେ ଗୋଟିଏ ଆସନ ହାତରୁ ଖସିଯିବ ବୋଲି ବିଶେଷ ସୂତ୍ର ରୁ ଜଣା ପଡିଛି l ନୋଟ ଦେଇ ଭୋଟ ନେଇ ବିଧାୟକ ହେବି ବୋଲି ନଳିନୀ ପ୍ରଧାନ କହି ବୁଲୁ ଥିବାର ଶୁଣିବାକୁ ମିଳୁଛି l ଶଙ୍ଖ ଭବନ ମୋ ଯୋଗୁ ହୋଇଛି ତେଣୁ ଟିକେଟ ମୋତେ ମିଳିବା ନିଶ୍ଚିନ୍ତ ବୋଲି ନଳିନୀ କହିବୁଲୁଛନ୍ତି, ଆଠମଲ୍ଲିକ ରେ ବିଧାୟକ ହେବାକୁ ସଜ ବାଜ ହେଉଥିବା ଯନ୍ତ୍ରୀ ନଳିନୀ ର ଅସଲ ମୁଖା ଖୋଲି ଦେବୁ ବୋଲି ଅଂଚଳ ର ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l ବିଜେଡି ର ପୁରୁଣା କର୍ମୀ ଓ ନେତା ମାନେ ନଳିନୀ ପ୍ରଧାନକୁ ଦଳୀୟ ଟିକେଟ ନ ଦେବାକୁ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *