ମୁଖ୍ୟ ଖବର

ଆୟକର ଚଢ଼ାଉ ବେଳେ ବିଲଡର ଘରୁ ମିଳିଲା ୩୦ କୋଟି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହୋଇଛି ଏକ ବଡ଼ ଧରଣର ଆୟକର ଚଢ଼ାଉ। ଏହି ଚଢ଼ାଉ ବେଳେ ଏକ ଜଣାଶୁଣା ରିୟଲ ଇଷ୍ଟେଟ୍ କମ୍ପାନି ଡ଼ିଏନ ହୋମ ର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଟଙ୍କା ଜବତ କରିଛି  ଆୟକର ବିଭାଗ। ସେ ଏକ ସରକାରୀ ଘରେ ଭଡା ରହୁଥିବା ଜଣାପଡ଼ିଛି। ଉକ୍ତ ଭଡ଼ା ଘରୁ ୩୦ କୋଟି ଟଙ୍କା ମିଳିଥିବା ସୂଚନା ରହିଛି। ଏହି ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି। ତେବେ ସେ କେବଳ ୫୦୦ ଟଙ୍କିଆ ନୋଟ୍‌ ହିଁ ତାଙ୍କ ଘରେ ରଖିଥିଲେ। ୧୦ରୁ ୧୨ ଜଣ ଆଇଟି ଅଧିକାରୀ ଏହି ଚଢ଼ାଉରେ ସାମିଲ୍ ଅଛନ୍ତି। ଆୟକର  ଅଧିକାରୀମାନେ ଭୋର୍‌ ୩ଟା ବେଳୁ ଆସି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।

କମ୍ପାନିର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଥିବା ସୂଚନା ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।

ଭୁବନେଶ୍ବର ଆଇଆରସି ଭିଲେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଓ ୟୁନିଟ-୪ରେ ଥିବା କର୍ମଚାରୀଙ୍କ ବାସଭବନରେ ଚଢ଼ାଉ ହେଉଥିବା ସୂଚନା ହସ୍ତଗତ ହୋଇଛି। ଚଢ଼ାଉ ସମୟରେ ସମସ୍ତ ପରିବାର ଲୋକ ଉପସ୍ଥିତ ଅଛନ୍ତି। ଆୟକର ବିଭାଗର ୭ ଜଣିଆ ସଦସ୍ୟ ଉପସ୍ଥିତ ରହି ଏହି ଚଢ଼ାଉ କରୁଛନ୍ତି। ଚଢ଼ାଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହିତ ନଗଦ ୩୦ କୋଟି ଟଙ୍କା  ଜବତ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ସଂସ୍ଥାର ୨୨ରୁ ଉର୍ଦ୍ଧ୍ବ ସ୍ଥାନରେ ଚଢ଼ାଉ ଚାଲିଛି।ଅଧିକ ତଦନ୍ତ ହେଲେ ବହୁ କୋଟି ଟଙ୍କାର କଳାଧନ ଠାବ ହୋଇପାରିବ ସାଧାରଣରେ ଚର୍ଚ୍ଚା ହେଊଛି l

Leave a Reply

Your email address will not be published. Required fields are marked *