ରାଜ୍ୟ

ଭୁଶୁଡିପଡିଲା କାନ୍ଥ, ନାବାଳକର ମୃତ୍ୟୁ

ଚିତ୍ରଡା: ଲଗାଣ ଝିପିଝିପି ବର୍ଷାରେ ଘରର କାନ୍ଥ ଭୁଶୁଡିପଡିବା ଯୋଗୁଁ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ଦୁଃଖ ରେ ଭାଙ୍ଗିପଡିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତ ୧୨ ନଂ ୱାର୍ଡ଼ ଆଣୁଆଁ ଗ୍ରାମର ପ୍ରଗଣାସାହିରେ । ଉକ୍ତ ଗ୍ରାମର ମାଇସା ମାର୍ଣ୍ଡିଙ୍କ ପୁଅ ଭୁଜ (୧୪) ଆଜି ଘର ନିକଟ ପଡୋଶୀଙ୍କ ଘରେ ଖେଳୁଥିବାବେଳେ ପଡୋଶୀଙ୍କ ଘର କାନ୍ଥଟି ହଠାତ ଭୁଶୁଡିପଡିଥିଲା । ଯାହା ଫଳରେ କାନ୍ଥ ତଳେ ଭୁଜ ଚାପି ହୋଇ ରହିବା ସହ ଗୁରୁତର ଭାବେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା |ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇ ଦେଇଥିଲେ । ତେବେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଭୁଜଙ୍କ ମୃତ୍ୟୁ ଘଟିଯାଇଥିବାର ଡାକ୍ତର ଘୋଷଣା କରିଥିଲେ । ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ମଞ୍ଜୁଲତା ବେହେରା ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ୨୧/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *