ରାଜନୀତି

ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ବିଜେଡି ଫୋକସରେ ୨୦୨୪ ନିର୍ବାଚନ । ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିନେଇଛି ଦଳ । ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହୋଇଛି । କାର୍ଯ୍ୟକାରିଣୀରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି । ଶଙ୍ଖଭବନରେ ଅନୁଷ୍ଠିତ ହୋଇଛି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଫୋକସରେ ରହିଛି ୨୦୨୪ ନିର୍ବାଚନ । ପାରିତ ହେଲା ରାଜନୈତିକ, ସାଂଗଠନିକ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାମ ପାଇଁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ର ଅବହେଳା ବିରୋଧରେ ବର୍ଷିଛନ୍ତି ଯୁବ ବିଜେଡି ନେତା । ଭିଡିଓ କନଫରେନ୍ସିଂ ଜରିଆରେ ଯୁବ ବିଜେଡି କାର୍ଯ୍ୟକାରିଣୀରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଭିଡିଓ ବାର୍ତ୍ତା ଦେଇ ନବୀନ କହିଛନ୍ତି, ରାଜ୍ୟ ବିକାଶରେ ଯୁବ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିକାଶ କାର୍ଯ୍ୟରେ ଯୁବବର୍ଗ ଅଧିକ ସଂଖ୍ୟାରେ ଯୋଡ଼ିହେଲେ ସଶକ୍ତ ଓଡ଼ିଶା ଗଠନ ହେବ । ଅନ୍ୟପଟେ ଆଗାମୀ ନିର୍ବାଚନରେ ସମସ୍ତ ୧୪୭ଟି ବିଧାନସଭା ଆସନରେ ବିଜେଡିକୁ ବିଜୟୀ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ । ସୂଚନାଯୋଗ୍ୟ ଯେ, ବିଜେଡିର ସାଂଗଠନିକ ସଂପାଦକ ପ୍ରବଣ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତ ସମୟରେ ଦଳ ଭିତରେ ଥିବା ଫାଟ ପଦାରେ ପଡ଼ିଥିଲା । ସମ୍ବଲପୁର ସହରରେ ସାଙ୍ଗଠନିକ ସମ୍ପାଦକଙ୍କୁ ସ୍ୱାଗତ କରିବା ପାଇଁ ଅଲଗା ଅଲଗା କାର୍ଯ୍ୟକ୍ରମ କରିଥିଲେ ନେତା ।ଅଲଗା ଅଲଗା ପୋଷ୍ଟର ଲଗାଇଥିଲେ । ସୁଶାନ୍ତ ସିଂ, ରୋହିତ ପୂଜାରୀ, ରାଶେଶ୍ୱରୀ ପାଣିଗ୍ରାହୀ, ବିଶାଳ ଦାସ ଭିନ୍ନ ଭିନ୍ନ ସ୍ଥାନରେ ସ୍ୱାଗତ କରିଥିଲେ । ଆଜି ଶଙ୍ଖଭବନରେ ପଶ୍ଚିମ ଓଡ଼ିଶାର ବିଧାୟକ, ନେତାଙ୍କୁ ନେଇ ବୈଠକ କରାଯାଇଥିଲା । ସମସ୍ତେ ଏକାଠି ହୋଇ ଦଳୀୟ ସଂଗଠନକୁ ମଜବୁତ କରିବା ଉପରେ ଆଲୋଚନା କରାଯାଇଛି । ୨୦୨୪ ପାଇଁ ବିଜେଡି ଶିବିରରେ ଜୋରଦାର କସରତ ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *