ଦେଶ- ବିଦେଶ

ଟମାଟୋ ଦର ବୃଦ୍ଧିକୁ ନେଇ ଅର୍ଥ ମନ୍ତ୍ରଣାଳୟ ଚିନ୍ତା

ନୂଆଦିଲ୍ଲୀ, : ଗତ କିଛି ଦିନ ହେବ ଟମାଟୋର ଦର ଆକାଶଛୁଆଁ ହୋଇଛି। ତେଣୁ ଟମାଟୋର ମୁଦ୍ରାସ୍ଫୀତି ଅର୍ଥ ମନ୍ତ୍ରଣାଳୟର ଚିନ୍ତା ବଢାଇ ଦେଇଛ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବିଭାଗ ଦ୍ୱାରା ପ୍ରକାଶିତ ବାର୍ଷିକ ଅର୍ଥନୈତିକ ସମୀକ୍ଷାରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଅଦିନିଆ ବର୍ଷା ପରି ଘରୋଇ କାରଣ ଟମାଟୋ ଭଳି କିଛି ପନିପରିବା ମୂଲ୍ୟ ଉପରେ ଚାପ ସୃଷ୍ଟି କରିଛି।

ଅର୍ଥ ମନ୍ତ୍ରଣାଳୟ ଏହି ରିପୋର୍ଟରେ କହିଛି ଯେ ଏଲ ନିନୋ ପ୍ରଭାବରେ ହୋଲସେଲ ଭିତ୍ତିକ ମୁଦ୍ରାସ୍ଫୀତି ହ୍ରାସ ପାଇବା ପରେ ମଧ୍ୟ ଗ୍ରାହକଙ୍କୁ ଖୁଚୁରା ମୂଲ୍ୟ ଉପରେ ଏହାର ପ୍ରଭାବ ବହନ କରିବାକୁ ପଡିବ। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଜୁଲାଇ ୬ରେ ଦିଲ୍ଲୀରେ ଟମାଟୋ ୧୨୦ ଟଙ୍କା, ଗୁରୁଗ୍ରାମରେ ୧୪୦ଟଙ୍କା, କୋଲକାତାରେ ୧୫୨ ଟଙ୍କା ଏବଂ ପାଟନାରେ ୧୨୦ ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି।

ଅର୍ଥ ମନ୍ତ୍ରଣାଳୟ କହିଛି, ବିଶ୍ୱ ଯୋଗାଣ ଶୃଙ୍ଖଳାର ଉନ୍ନତି, ସରକାରଙ୍କ ନୀତିଗତ ନିଷ୍ପତ୍ତି ଏବଂ ଆରବିଆଇର ମୁଦ୍ରା ନୀତିର କଠୋରତା ହେତୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି। କିନ୍ତୁ ଅଦିନିଆ ବର୍ଷା ହେତୁ ଟମାଟୋ ସମେତ କିଛି ପନିପରିବା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି।

ରିପୋର୍ଟରେ ଚିନ୍ତା ପ୍ରକାଶ କରି କୁହାଯାଇଛି ଯେ, ଏଲ ନିନୋ କାରଣରୁ ଘରୋଇ ଖାଦ୍ୟ ମୂଲ୍ୟ ଉପରେ ପ୍ରଭାବ ତଥା ହୋଲସେଲ ମୂଲ୍ୟ ହ୍ରାସ ସତ୍ତ୍ୱେ ଖୁଚୁରା ମୂଲ୍ୟରେ ହ୍ରାସ ନ ହେବା ମୁଦ୍ରାସ୍ଫୀତି ହାରକୁ ଅଧିକ ରଖିପାରେ। ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ଚାପ, ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଉତ୍ତେଜନା, ବିଶ୍ୱ ଷ୍ଟକ ମାର୍କେଟରେ ହ୍ରାସ, ଏଲ ନିନୋର ପ୍ରଭାବ ଏବଂ ବିଶ୍ୱ ଚାହିଦା ଯୋଗୁଁ ଦୁର୍ବଳ ବିଶ୍ୱ ଚାହିଦା ବିକାଶର ଗତି ପ୍ରଭାବିତ ହୋଇପାରେ।

Leave a Reply

Your email address will not be published. Required fields are marked *