ଅପରାଧ

ନାବାଳିକାଙ୍କୁ ଧରି ମୁସଲମାନ ଯୁବକ ଫେରାର

କେନ୍ଦୁଝର,: କେନ୍ଦୁଝର ଜିଲା ଟାଉନ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ମୁସଲମାନ ଯୁବକ ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସହାୟତା କରିଥିବା ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଜୁବା ଏବଂ ରାଜା ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଗାଡ଼ି ଯୋଗାଇ ଦେବା ସହ ମୋବାଇଲ ସିମ୍‌ କାର୍ଡ ଦେଇଥିବା ଟାଉନ ଥାନା ଅଧିକାରୀ ସୁନିଲ କର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ଏକ ପୋଲିସ ଟିମ୍‌ ସେମାନଙ୍କୁ ଖୋଜିବାକୁ ବେଙ୍ଗାଲୁରୁ ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣା ଗତ ମାସ ଘଟିଥିବା ବେଳେ ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା(ନଂ.୨୫୫/୨୩) ରୁଜୁ କରିଛି।

Leave a Reply

Your email address will not be published. Required fields are marked *