ଦେଶ- ବିଦେଶ

ଫ୍ରାନ୍ସ ରାଷ୍ଟ୍ରପତି ଏପ୍ରିଲରେ କରିବେ ଚାଇନା ଗସ୍ତ

ପ୍ୟାରିସ, : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏପ୍ରିଲ ଆରମ୍ଭରେ ଚାଇନା ଗସ୍ତ କରିବେ ବୋଲି କହିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧର ଗୋଟିଏ ବର୍ଷ ଶେଷ ହେବାର ପରଦିନ ଫ୍ରାନ୍ସ ରାଷ୍ଟ୍ରପତି ଏହି ଘୋଷଣା କରିଛନ୍ତି।

ମାକ୍ରୋନ ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ରୁଷିଆକୁ ଭାଙ୍ଗିବା ନୁହେଁ ୟୁକ୍ରେନକୁ ବଞ୍ଚାଇବା ଫ୍ରାନ୍ସର ଲକ୍ଷ୍ୟ। ସମସ୍ତେ ରୁଷିଆ ଉପରେ ଆକ୍ରମଣ କରିବା ଉଚିତ ବୋଲି ସେ ଏହି ଧାରାର ସମର୍ଥକ ନୁହଁନ୍ତି। ତେବେ ବର୍ତ୍ତମାନ ସମୟରେ ସେ ରୁଷିଆ ସହ ଶାନ୍ତି ଆଲୋଚନା କରିବାକୁ ପରାମର୍ଶ ଦେବେ ନାହିଁ

Leave a Reply

Your email address will not be published. Required fields are marked *