ମନୋରଞ୍ଜନ

ଅଭିନୟ ଛାଡିଲେ ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଅଭିନୟରୁ ଲମ୍ବା ବ୍ରେକ ନେବାକୁ ପ୍ରସ୍ତୁତ ହୋଇଗଲେଣି। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା।ହାଇଦ୍ରାବାଦ ପହଞ୍ଚିବା ପରେ ପ୍ରେପରାଜି ତାଙ୍କର ଏକ ଭିଡିଓ ଫ୍ୟାନ ପେଜରେ ଶେୟାର କରିଥିଲେ। ଫିଲ୍ମ କୁଶିର ଶୁଟିଂରୁ ଫେରିବା ପରେ ଯେତେବେଳେ ଅଭିନେତ୍ରୀ ବିମାନ ବନ୍ଦରରୁ ବାହାରକୁ ବାହାରୁଥିଲେ ସେତେବେଳେ ତାଙ୍କ ଟିମ ତାଙ୍କ ସହ ଥିଲେ। ଏଥିରେ ବିଜୟ ଦେବରକୋଣ୍ଡା ବି ଥିଲେ। ଏବେ ସେ କୁଶି ଓ ସିଟାଡେଲ ସମେତ ତାଙ୍କର ସମସ୍ତ ଶୁଟିଂ ଶେଷ କରିଛନ୍ତି। ସ୍ବାସ୍ଥଗତ କାରଣ ପାଇଁ ଅଭିନୟରୁ ସାମନ୍ଥା ବ୍ରେକ ନେବେ ବୋଲି କୁହାଯାଉଛି।

ଓ୍ବେବ ସିରିଜ ସିଟାଡେଲର ଭାରତୀୟ ଚାପ୍ଟର ସମ୍ପୂର୍ଣ୍ଣ କରିବା ପରେ ସାମନ୍ଥା କମ ସେ କମ ଏକ ବର୍ଷ ପାଇଁ ଅଭିନୟରୁ ବ୍ରେକ ନେବେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସେ ଏବେ ଏହି ବ୍ରେକକୁ ଅପେକ୍ଷା କରିଛନ୍ତି। ହେଲେ ସେ ମୁଖ୍ୟତଃ ତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ ଓ ଆମେରିକାରେ ଅଟୋଇମ୍ୟୁନ ସ୍ଥିତି ମାୟୋସିଟିସର ଚିକିତ୍ସା କରିବେ। କିଛି ମାସ ପୂର୍ବରୁ ସେ ସ୍ଥିର କରିଥିଲେ କି ଅଭିନୟରୁ ବ୍ରେକ ନେବେ, ବିଜୟ ଦେବାକୋଣ୍ଡାଙ୍କ ସହ କୁଶି ଓ ବରୁଣ ଧଓ୍ବନଙ୍କ ସହ ସିଟାଡେଲର ଭାରତୀୟ ଭର୍ସନ ଶେଷ କରିବାକୁ ଅପେକ୍ଷା କରିଥଲେ, ଯାହା ଏବେ ଶେଷ ହୋଇଛି।

Leave a Reply

Your email address will not be published. Required fields are marked *