ଅପରାଧ

ସେନା କର୍ମଚାରୀ ଘରେ ଚୋରୀ

ବ୍ରହ୍ମପୁର,: ସହରରେ ଲୁଟିଆ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଗୋଷାଣିନୂଆଗାଁ ଥାନା ଅଧୀନ ମୟୂରୀବିହାରରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ଲୁଟେରା କଳାକାନା ବୁଲାଇଛନ୍ତି। ଏ ନେଇ ଗୃହକର୍ତ୍ତା ଅନିଲ କୁମାର ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି।

ପ୍ରକାଶ ଯେ, ଅନିଲ ଓ ତାଙ୍କ ପରିବାର ଏକ ଫ୍ଲାଟର ତଳ ମହଲାରେ ରୁହନ୍ତି। ଗୁରୁବାର ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିଲେ। ଶୁକ୍ରବାର ଭୋର ୪ଟାରେ ଅନିଲ ଉଠିବା ପରେ ଘର ଆଲମୀରା ଖୋଲାଥିବା ଦେଖିବାକୁ ପାଇଥିଲେ। ଏପରିକି ଆଲମିରାରୁ ୨୦ଗ୍ରାମର ସୁନା ଗହଣା, ରୁପା ସାମଗ୍ରୀ ଓ ୩୦ ହଜାର ଟଙ୍କା ଚୋରି ହୋଇଥିବା ଅନିଲ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୧୮୦/୨୩) ରୁଜୁ କରି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *