ରାଜନୀତି

ଝିନ ହିକକା ହେଲେ କୋରାପୁଟ ଜିଲା ବିଜେଡି ସଭାପତି

କୋରାପୁଟ : ବିଜେଡି ପକ୍ଷରୁ କୋରାପୁଟ ଜିଲା ସଭାପତି ଭାବେ ପୁର୍ବତନ ସାଂସଦ ଝିନ ହିକକାଙ୍କୁ ନିଯୁକ୍ତ କରାଯାଇଛି। ବିଜୁ ଜନତା ଦଳର କୋରାପୁଟ ଜିଲା ସଭାପତି ଥିବା ଜୟରାମ ପାଙ୍ଗିଙ୍କୁ ନିଲମ୍ବିତ କରାଯିବା ପରେ ଝିନ ହିକକାଙ୍କୁ ସଭାପତି ଭାବେ ଅବସ୍ଥାପିତ କରାଯାଇଥିଲା। କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ଦଶମନ୍ତପୁର ବ୍ଲକକୁ ସାମିଲ୍ କରାଯିବା ପରେ ବିଜେଡ଼ିରେ ଅନେକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଝିନ ହିକକାଙ୍କୁ ଦଳ ଟିକେଟ୍ ଦେଇଥିଲା ଓ ସେ ଜିତିଥିଲେ।

୨୦୧୨ ମସିହାରେ ମାଓବାଦୀ ମାନଙ୍କ ଦ୍ବାରା ଅପହୃତ ହେବା ସହିତ ମାସାଧିକ କାଳ ମାଓ କବଳରେ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଝିନ୍ନଙ୍କ ଲକ୍ଷ୍ମୀପୁର ସ୍ଥିତ ଘରକୁ ଯାଇଥିଲେ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି ୧୦୧୪ ରେ କୋରାପୁଟ ଲୋକସଭା ଆସନରୁ ଝିନଙ୍କୁ ପ୍ରାର୍ଥୀ କରାଯାଇଥିଲା ବେଳେ ସେ ବିଜୟୀ ହୋଇଥିଲେ।

Leave a Reply

Your email address will not be published. Required fields are marked *