ମୁଖ୍ୟ ଖବର

ପଞ୍ଚାୟତ ନିର୍ବାଚନ: ଦୁର୍ବୃତ୍ତଙ୍କ ଗୁଳିରେ ପୋଲିଂ ଏଜେଣ୍ଟ ମୃତ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମତଦାନ ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ଏଜେଣ୍ଟଜଣକ ହେଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ। ସେହିପରି ମୁଶିଦାବାଦ ଜିଲା ଡୋମକଳର ୮ ନମ୍ବର ବୁଥରେ ୨ ଜଣ ଟିଏମସି କର୍ମୀ ଯାଉଥିବାବେଳେ କଂଗ୍ରେସ କର୍ମୀମାନେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୁଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ ।

Leave a Reply

Your email address will not be published. Required fields are marked *