ବାଣିଜ୍ୟ

ଝିଅ ଇଶାଙ୍କୁ ବଡ଼ ଦାୟିତ୍ବ ଦେଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଧୀରେ ଧୀରେ ଅବସର ଆଡ଼କୁ ଅଗ୍ରସର ହେଉଛନ୍ତି। ଏନେଇ ସେ ଅନେକ ଥର ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଏହି କ୍ରମରେ ସେ ନିଜର କୋଟି କୋଟି ଟଙ୍କାର ବିଶାଳ ବ୍ୟବସାୟ ସାମ୍ରାଜ୍ୟର ଦାୟିତ୍ୱ ନୂଆ ପିଢ଼ିକୁ ହସ୍ତାନ୍ତର କରିବା ଆରମ୍ଭ କରିଛନ୍ତି। ଏହି ପୂରା ପ୍ରକ୍ରିୟାରେ ମୁକେଶ ଅମ୍ବାନୀ ଝିଅ ଇଶାଙ୍କ ଉପରେ ବହୁତ ଭରସା ଦେଖାଉଛନ୍ତି । ଇଶା ଅମ୍ବାନୀଙ୍କୁ ପୁଣି ଥରେ ବଡ ଦାୟିତ୍ୱ ଦିଆଯାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ଆର୍ଥିକ ସେବା ୟୁନିଟ୍କୁ ନିଜଠାରୁ ଅଲଗା କରିବାକୁ ଘୋଷଣା କରିଛି। ଏହି ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ଫାଇନାନ୍ସିଆଲ ସର୍ଭିସ ୟୁନିଟକୁ ଷ୍ଟକ ଏକ୍ସଚେଞ୍ଜରେ ନୂଆ କମ୍ପାନୀ ଭାବେ ତାଲିକାଭୁକ୍ତ କରିବାକୁ ଯାଉଛି । ବର୍ତ୍ତମାନ ରିଲାଏନ୍ସର ସେହି ୟୁନିଟକୁ ରିଲାଏନ୍ସ ଷ୍ଟ୍ରାଟେଜିକ ଇନଭେଷ୍ଟମେଣ୍ଟ ଲିମିଟେଡ ଅର୍ଥାତ ଆରଏସଆଇଏଲ କୁହାଯାଉଛି । କିନ୍ତୁ ଏହାର ନୂଆ ନାମ ଜିଓ ଷ୍ଟ୍ରାଟେଜିକ ଇନଭେଷ୍ଟମେଣ୍ଟ ଲିମିଟେଡ ବା ଜେଏସଆଇଏଲ କୁହାଯିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଠାରୁ ଅଲଗା ହେବା ପରେ ଜେଏଫ୍ଏସ୍ଏଲ୍ ଭାବେ ଆସୁଥିବା ନୂଆ କମ୍ପାନିରେ ଇଶା ଅମ୍ବାନୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ନିର୍ଦ୍ଦେଶକ ଭାବେ ଏହାର ବୋର୍ଡରେ ସ୍ଥାନ ଦିଆଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପୂର୍ବତନ ନିୟନ୍ତ୍ରକ ଓ ଅଡିଟର ଜେନେରାଲ (ସିଏଜି) ରାଜୀବ ମେହେର୍ଷିଙ୍କୁ ମଧ୍ୟ ବୋର୍ଡରେ ସାମିଲ କରିଛି। ଇଶା ମୁକେଶ ଅମ୍ବାନୀଙ୍କୁ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *