ଦେଶ- ବିଦେଶ

ପ୍ରିଗୋଜିନଙ୍କ ଘରେ ରୁଷ ସେନାର ଚଢଉ

ମସ୍କୋ : ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବା ବେସରକାରୀ ସେନା ଓ୍ବାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି । ପ୍ରିଗୋଜିନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଓ କାର୍ଯ୍ୟାଳୟ ଉପରେ ବୁଧବାର ରୁଷୀୟ ସୁରକ୍ଷା ବାହିନୀ ଚଢ଼ାଉ କରିଛି।

ରଷର ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫଏସବି) କହିଛି ଯେ ତାଙ୍କ  ବିଳାସପୂର୍ଣ୍ଣ ବଙ୍ଗଳାରୁ ବନ୍ଧୁକ, ଗୋଳାବାରୁଦ, ସୁନା ବାର ସଂଗ୍ରହ, ୱିଗ ଭର୍ତ୍ତି ଏକ ଆଲମାରୀ, ଏକ ବିଶାଳ ସ୍ଲେଜହାମର ମିଳିଥିଲା। ଏହାସହିତ କେତେକ କଟା ମଣିଷ ମୁଣ୍ଡର ଫଟୋ ମଧ୍ୟ ମିଳିଥିଲା । ଏସବୁ କଟାମୁଣ୍ଡ ୟୁକ୍ରେନ ସୈନିକମାନଙ୍କ ବୋଲି ଅନୁମାନ କରାଯାଉଛି । ତେବେ ଏ ସଂପର୍କରେ ସବିଶେଷ ତଥ୍ୟ ମି​ଳିପାରି ନାହିଁ । ତାଙ୍କ ଘରୁ ପ୍ରାୟ ୬୦୦ ନିୟୁତ ରୁଷୀୟ ରୁବେଲ ମଧ୍ୟ ମିଳିଛି । ଏହାସହିତ ବିଭିନ୍ନ ନାମରେ ଅନେକ ପାସପୋର୍ଟ ମଧ୍ୟ ଜବତ କରିଛନ୍ତି।

ଜୁନ ମାସରେ ହୋଇଥିବା ଅସଫଳ ବିଦ୍ରୋହ ଘଟଣା ପରେ ପ୍ରିଗୋଜିନଙ୍କୁ ତାଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଛାଡ଼ିବାକୁ ପଡ଼ିଥିଲା । ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଆଣ୍ଟୋନ ଗେରାଶଚେଙ୍କୋ ଟ୍ୱିଟରରେ ଫଟୋ ଶେୟାର କରି ଲେଖିଛନ୍ତି, ସେଣ୍ଟ ପିଟର୍ସବର୍ଗରେ ପ୍ରିଗୋଜିନଙ୍କ ଘର ତଲାସି ସମୟର ଫଟୋ ।

ପ୍ରିଗୋଜିନ ଏବେ ବେଲାରୁଷରେ ଥିବା କୁହାଯାଉଥିବାବେଳେ ବେଲାରୁଷ କହିଛି ଯେ ସେ ରୁଷରେ ହିଁ ଅଛନ୍ତି ।

Leave a Reply

Your email address will not be published. Required fields are marked *