ରାଜନୀତି

ମନ୍ତ୍ରୀ-ବିଧାୟକ କ୍ୱାର୍ଟର୍ସ ଖାଲି କରିବା ଆରମ୍ଭ କଲେଣି: ମୋଦୀ

ବିକାନେର: ରାଜସ୍ଥାନର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ଓ କଂଗ୍ରେସ ଏବେ ଜୋରସୋରରେ ଲାଗିପଡିଛନ୍ତି | ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି ରାଜସ୍ଥାନର ବିକାନେରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳକୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦଳ ଲୁଟର ଦୋକାନ ଏବଂ ମିଥ୍ୟାର ବଜାର। ସେ କହିଛନ୍ତି ଯେ ରାଜ୍ୟରେ ନିର୍ବାଚନ ପାଇଁ ସମୟ ଅଛି, କିନ୍ତୁ କଂଗ୍ରେସ ଏବେଠାରୁ ବିଦାୟ ନେବାକୁ ଚିନ୍ତା କରିସାରିଲାଣି | ବିକାନେର ନିକଟସ୍ଥ ନୌରଙ୍ଗଦେଶରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଗତ ଚାରି ବର୍ଷ ମଧ୍ୟରେ ରାଜସ୍ଥାନର ଅନେକ କ୍ଷତି କରିଛନ୍ତି ଏବଂ ସମ୍ଭାବ୍ୟ ପରାଜୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଦାୟ ମୋଡ଼କୁ ଚାଲି ଆସିଲେଣି |ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜ୍ୟର କିଛି ମନ୍ତ୍ରୀ ଏବଂ ବିଧାୟକମାନେ ତ ସେମାନଙ୍କ ସରକାରୀ ବଙ୍ଗଳା ଖାଲି କରି ନିଜ ଘରକୁ ଯିବା ଆରମ୍ଭ କରି ଦେଇଛନ୍ତି। ମୋଦୀ କହିଛନ୍ତି ଯେ ଦୀପ ଲିଭିବା ପୂର୍ବରୁ ଜୋରରେ ଜଳିଥାଏ | ନିଜର ପରାଜୟ ବାବଦରେ ଜାଣି କଂଗ୍ରେସ ମଧ୍ୟ ତାହା କରୁଛି। ସେ କହିଛନ୍ତି ଯେ କଂଗ୍ରେସ ରାଜସ୍ଥାନର ଲୋକଙ୍କୁ ବିଭ୍ରାନ୍ତ କରୁଛି, କିନ୍ତୁ ଆପଣଙ୍କୁ ମନେ ରଖିବାକୁ ହେବ ଯେ କଂଗ୍ରେସର ଏକମାତ୍ର ଅର୍ଥ ହେଉଛି ଲୁଟର ଦୋକାନ, ମିଥ୍ୟାର ବଜାର। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜସ୍ଥାନର କୃଷକମାନେ ମିଥ୍ୟା ଓ ପ୍ରତାରଣା ରାଜନୀତିର ସବୁଠାରୁ ବଡ଼ ଶିକାର ହୋଇଛନ୍ତି।

Leave a Reply

Your email address will not be published. Required fields are marked *