ରାଜ୍ୟ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ


ନିମାପଡ଼ା :ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଭୀଲିଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମର ପ୍ରମିଳା ମଲ୍ଲିକ(୫୫) ଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି । ଏ ନେଇ ମୃତା ଙ୍କ ଭାଇ ବିଚିତ୍ରାନନ୍ଦ ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ଏ ନେଇ ଏକ ମାମଲା ନମ୍ବର ୧୨/ ୨୩ ରେ ରୁଜୁ କରି ତଦନ୍ତ ଚଳାଇଛି ।ମହିଳାଙ୍କ ମୃତ ଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ମୃତ ପ୍ରମିଳା ଅପରାହ୍ନ ରେ ଘର ର ବାରିପଟ କୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା ।ସେ ଅଚେତ୍ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ରେ ଚାରିଛକ ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *